ନବ ଦାସ ହତ୍ୟା ମାମଲା: ପାଇଖାନା ଟାଙ୍କିରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ୍, ମିଳିଲା ଗୋପାଳର ହାତ ଲେଖା କାଗଜ
ଗତକାଲି ରାତିରୁ ଝାରସୁଗୁଡ଼ା ପାଇଖାନା ଟାଙ୍କିରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ୍ । ଟାଙ୍କିରୁ ମିଳିଛି ଗୋପାଳର ହାତ ଲେଖା କାଗଜ । କୁହାଯାଉଛି ଯେ, ଏହି କାଗଜରେ ମନ୍ତ୍ରୀଙ୍କ ହତ୍ୟାକାଣ୍ତ ସମ୍ପର୍କିତ ବିବରଣୀ ଲେଖାଯାଇଥାଇ ପାରେ ।

ସେପଟେ ଗୋପାଳ ଦାସ ନିଜ ଦୋଷ ସ୍ୱୀକାର କରିଛି ହେଲେ କୋର୍ଟରେ ଅଭିଯୁକ୍ତର ଦୋଷ ପ୍ରମାଣ କରିବା ପାଇଁ ହେଲେ ଏଭିଡେନ୍ସର ଆବଶ୍ୟକତା ରହିଥାଏ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା ପଛର ମୋଟିଭ୍ ପୋଲିସ ହାତରେ ଲାଗି ନାହିଁ । ଏହାରି ମଧ୍ୟରେ ପାଇଖାନା ଟାଙ୍କିରୁ ମିଳିଥିବା ଗୋପାଳର ହାତ ଲେଖା କାଗଜକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଗତକାଲି ରାତିରୁ ଝାରସୁଗୁଡ଼ା ପାଇଖାନା ଟାଙ୍କିରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ୍ । ଟାଙ୍କିରୁ ମିଳିଛି ଗୋପାଳର ହାତ ଲେଖା କାଗଜ । କୁହାଯାଉଛି ଯେ, ଏହି କାଗଜରେ ମନ୍ତ୍ରୀଙ୍କ ହତ୍ୟାକାଣ୍ତ ସମ୍ପର୍କିତ ବିବରଣୀ ଲେଖାଯାଇଥାଇ ପାରେ । ତେବେ ସ୍ୱେରଜ ଟାଙ୍କି ଖୋଳିଲା ପରେ କ୍ରାଇମବ୍ରାଞ୍ଚ୍ ଜବତ କରିଛି ଏହି କାଗଜ ।
ଗୋପାଳ ଗୁଳିମାଡ଼ କରିବା ପରେ ଏହି କାଗଜକୁ ଫ୍ଲସ୍ କରିଦେଇଥିଲା ଏବଂ ହତ୍ୟାକାଣ୍ତର କାରଣ ଏହି କାଗଜରେ ଅଛି ବୋଲି କହିଛି ଅଭିଯୁକ୍ତ ଗୋପାଳ । ଏହି କାଗଜରେ ଲେଖାଯାଇଥିବା ହସ୍ତାକ୍ଷର ନିଜର ବୋଲି ସ୍ୱୀକାର କରିଛି ଗୋପାଳ । ଯେଉଁଥିରେ ଇଂରାଜୀ ଏବଂ ଓଡ଼ିଆରେ ଲେଖାଯାଇଥିବା ନେଇ ସୂଚନା ରହିଛି ।
ବର୍ତ୍ତମାନ ଜବତ ହୋଇଥିବା କାଗଜକୁ ଫରେନସିକ୍ ଲ୍ୟାବକୁ ପଠାଯିବା ନେଇ ସୂଚନା ରହିଛି । ଖବର ଏହା ମଧ୍ୟ ରହିଛି ଯେ , ତଦନ୍ତକାରୀ ଦଳ ଖୁବ୍ ଶୀଘ୍ର ଗୋପାଳଙ୍କୁ ଘଟଣାସ୍ଥଳକୁ ନେଇ ପାରେ ।












Click it and Unblock the Notifications