ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କରାଗଲା ଏୟାରଲିଫ୍ଟ, ଝାରସୁଗୁଡାରୁ ସ୍ୱତନ୍ତ୍ରର ବିମାନରେ ଆଣାଯାଉଛି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କରାଗଲା ଏୟାରଲିଫ୍ଟ, ଝାରସୁଗୁଡାରୁ ସ୍ୱତନ୍ତ୍ରର ବିମାନରେ ଆଣାଯାଉଛି

naba das

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ କରାଗଲା । ଝାରସୁଗୁଡା ଡାକ୍ତରଖାନାରୁ ସ୍ୱତନ୍ତ୍ର ବିମାନରେ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏୟାରଲିଫ୍ଟ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ସ୍ଥ୍ୟାସ୍ଥ୍ୟ ମନ୍ତ୍ରୀଙ୍କୁ ପୋଲିସ କର୍ମୀ ଗୁଳିମାଡ କରିଥିବା ନେଇ ସୂଚନା ରହିଛି । ଗୁଳିମାଡ ନେଇ ସ୍ପଷ୍ଟ କରିଛି ଏସିଡିପିଓ । ଗାନ୍ଧୀ ଛକ ଏସଏସଆଇ ଗୋପାଳ ଦାସ ଗୁଳିମାଡ କରିଥିବା ନେଇ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ଗୋପାଳଙ୍କୁ ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଘଟଣା ସ୍ଥଳରେ ୪ରୁ ୫ ରାଉଣ୍ତ ଗୁଳି ଫୁଟିଛି ବ୍ରଜରାଜନଗର ଗାନ୍ଧି ଛକ ପାଣ୍ଡି ନିକଟରେ ଗୁଳିମାଡ଼ ହୋଇଥିବା ସୂଚନା ।

ସୂଚନାଥାଉ ଯେ, ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ଗୁଳିମାଡ଼ ହୋଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ବାଜିଛି ଗୁଳି । ଅନ୍ୟପଟେ କଣ ପାଇଁ ପୋଲିସ ଏଏସଆଇ ଗୁଳିମାଡ କରିଛନ୍ତି ସେ ନେଇ ପ୍ରଶ୍ନ ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+