Get Updates
Get notified of breaking news, exclusive insights, and must-see stories!

କୋଭିଡ୍‌ ନେଇ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍‌; କେହି ଭୟଭୀତ ହୁଅନ୍ତୁ ନାହିଁ କହିଲେ ମୁକେଶ ମହାଲିଙ୍ଗ

କୋଭିଡ୍‌ ନେଇ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍‌। କେହି ଭୟଭୀତ ହୁଅନ୍ତୁ ନାହିଁ କହିଲେ ମୁକେଶ ମହାଲିଙ୍ଗ । ସରକାରଙ୍କ ନଜରରେ ଅଛି, ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ନେଇ ମଧ୍ୟ କାମ ଚାଲିଛି ।

odisha Health Minister mukesh mahaling appeals to the people of the state regarding Covid

ୟୁଏସରେ ପହଞ୍ଚିଲା ଚାଇନା କରୋନା । କୋଭିଡର ନୂଆ ଭାରିଆଣ୍ଟ NB.1.8.1 ଆମେରିକାରେ ଚିହ୍ନଟ ହୋଇଛି । ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ଆରମ୍ଭ ମଧ୍ୟରେ ଆମେରିକା ବିମାନବନ୍ଦରରେ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ମଧ୍ୟରେ ଏହା ଚିହ୍ନଟ ହୋଇଥିବା ଜଣାପଡିଛି । କୋଭିଡର ଏହି ନୂଆ ଭାରିଆଣ୍ଟ NB.1.8.1 ଅତ୍ୟନ୍ତ ସଂକ୍ରାମକ ଏବଂ ଦୃତ ଗତିରେ ବ୍ୟାପୁଛି ।

ନୂଆ ଭାରଆଣ୍ଟର ଲକ୍ଷଣଗୁଡ଼ିକ ପୂର୍ବ ଭାରିଆଣ୍ଟ ସହ ସମାନ । ଅର୍ଥାତ ସଂକ୍ରମିତଙ୍କକୁ କାଶ, ଗଳା ଯନ୍ତ୍ରଣା, ଜ୍ୱର ଏବଂ ଥକ୍କାପଣ ଅନୁଭବ ହୋଇଥାଏ । ତଥାପି ପୂର୍ବ ଭାରିଆଣ୍ଟଗୁଡ଼ିକ ଅପେକ୍ଷା ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଚିନ୍ତା ବଢାଇଛି । ବୟସ୍କ ବ୍ୟକ୍ତି ଅଧିକ ସଂକ୍ରମଣର ଶିକାର ହେଉଥିବା ଜଣାପଡିଛି । ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଧିକ ପ୍ରଭାବିତ ହେଉଛନ୍ତି ।

ଚୀନରେ ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି । କୋଭିଡ ନେଇ ଆଜି ବସୁଛି ବଡ଼ ବୈଠକ । କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀରେ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ କଣ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଏହାସହିତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ଗାଇଡଲାଇନ୍ ମଧ୍ୟ ନିର୍ଦ୍ଧାରିତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+