କରୋନା 3ୟ ଲହରକୁ ଏହା କହିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: କରୋନାର ୩ ଲହର ଓଡିଶାକୁ କେବେ ଆସିବା ସମ୍ଭାବନା ରହିଛି ? ଯଦି ରାଜ୍ୟରେ ୩ୟ ଲହର ଆସେ ତେବେ କଣ ସବୁ ପଦକ୍ଷେପ ନିଆଯିବ ? ଏନେଇ ମତାମତ ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂକେତ ଦେଇଛି ଯେ କରୋନା ହ୍ରାସ ପାଉଛି।

covid data

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଏହି ସୂଚନା ସମସ୍ତଙ୍କ ପାଇଁ ଏକ ଭଲ ଖବର । ତଥାପି ଆମକୁ ସଚେତନ ରହିବାକୁ ପଡ଼ିବ । ତୃତୀୟ ଲହର କେଉଁଠି ଆସିଲା ନ ଆସିଲା ତାକୁ ନେଇ ଆମର ବ୍ୟସ୍ତ ହେବାର ନାହିଁ । ତେଣୁ ଆମ ରାଜ୍ୟର ସ୍ଥିତି ଦେଖି ତୃତୀୟ ଲହର କଥା ସମୀକ୍ଷା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କାରୋନା ସଂକ୍ରମଣ କ୍ରମାଗତ ଭାବରେ ହ୍ରାସ ପାଉଛି ବୋଲି କୁହାଯାଇଛି। ୩ୟ ଲହରକୁ ନେଇ ଅଧିକ ଭୟଭୀତ ନହୋଇ ସଚେତନ ତଥା ସତର୍କ ରହିବା ପାଇଁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଆମ ରାଜ୍ୟରେ ଏବେ ସଂକ୍ରମଣ ଏକ ହଜାରରୁ କମିଥିବା ବେଳେ ହାରାହାରି ପାଞ୍ଚ ଶହ ପାଖାପାଖି ରହୁଛି ଦୈନିକ ସଂକ୍ରମଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+