କୋରୋନା ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଭୁବନେଶ୍ୱର: କୋରୋନା ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ଅନେକ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏଥିଲାଗି ୫୦ହଜାର ଟୀକା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଚି । ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତ୍ତି ନେବେ ସରକାର । ସଂକ୍ରମଣର ଭୟାବହତା କମ ଅଛି । ସେତେ ସିରିୟସ ହେଉନାହାନ୍ତି ରୋଗୀ । ମେଡିକାଲରେ ବି କମସଂଖ୍ୟକ ସଂକ୍ରମିତ ଭର୍ତ୍ତି ହେଉଛନ୍ । ଏଯାଏ ଆଇସିୟୁର ବ୍ୟବହାର ହୋଇନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ସଚେତନତା ଅଛି । ଏହାର ସମୀକ୍ଷା ହେଉଛି ।

ଅନ୍ୟପଟେ ଗତକାଲିଠୁ ସାରା ଦେଶରେ ଚାଲିଛି ଦୁଇ ଦିନିଆ ମକଡ୍ରିଲ୍ । ସଂକ୍ରମଣ ରୋକିବା ଲାଗି ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ୍, ମେଡିକାଲ ଷ୍ଟାଫ, ମେଡିସିନ ପ୍ରସ୍ତୁତ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଇଛି ।












Click it and Unblock the Notifications