• search
For Quick Alerts
Turn On Notification  
For Daily Alerts

ଛୋଟିଆ ଭୁଲ ପାଇଁ ଜରିମାନା ଦେଲେ ଓକଲି

|

କଟକ: ୱାର୍କ ଫର୍ମ ହୋମ କିମ୍ବା ଭିଡିଓ କନଫରେସିଂରେ ବୈଠକ, ଏହି ସବୁ ଥିରେ କିଛି କିଛି ନିୟମ କାନୁନର ଉଲ୍ଲଙ୍ଘନ ତ ହେଉଛି ନିଶ୍ଚୟ । କେହି ଧରା ପଡି ଦଣ୍ଡ ଭୋଗୁଛନ୍ତି ଆଉ କେହି ଖସି ଯାଉଛନ୍ତି । ମାତ୍ର ଏହି ଘଟଣାରେ ସାମାନ୍ୟ ଭୁଲ ପାଇଁ ଜଣେ ଓକିଲଙ୍କୁ ଦଣ୍ଡ ଭୋଗିବାକୁ ପଡିଛି ।

high court

କୋର୍ଟଙ୍କ ଶୁଣାଣି ବେଳେ ନେକବାଣ୍ଡ ପିନ୍ଧି ନଥିବାରୁ ଓଡ଼ିଶା ହାଇକୋର୍ଟ ଜଣେ ଆଇନଜୀବୀଙ୍କୁ ୫୦୦ ଟଙ୍କା ଜରିମାନା କରିଛନ୍ତି । ଭିଡିଓ କନଫରେନ୍ସିଂ ଅର୍ଥାତ ଭର୍ଚୁଆଲ୍ ଶୁଣାଣି ବେଳେ ଆଇନଜୀବୀ ଜଣଙ୍କ ନେକବ୍ୟାଣ୍ଡ ପିନ୍ଧି ନଥିଲେ । ଏହାକୁ ଭିତ୍ତି କରି ଫେବ୍ରୁଆରୀ ୧୫ ତାରିଖରେ କୋର୍ଟ ଆଇନଜୀବୀଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନର ୱେଲଫେୟାର ଫଣ୍ଡରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ରହିଛି ।

ଉଲ୍ଲେଖଥାଉ କି, ଓକିଲ ପିନ୍ଧୁଥିବା ପୋଷାକ ନେଇ ଆଡଭୋକେଟ୍ ଆକ୍ଟ-୧୯୬୧ ସେକ୍ସନ୍ ୪୯ (୧)(ଜିଜି)ରେ ଉଲ୍ଲେଖ ରହିଛି । ଯେଉଁଥିରେ ଆଇନଜୀବୀ ଧଳା ସାର୍ଟ ଉପରେ କଳା କୋର୍ଟ ଓ ଧଳା ନେକ୍ ବ୍ୟାଣ୍ଡ ପିନ୍ଧିବାର ନିୟମ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
odisha hc lawyer fined rs 500 for not wearing neck band during hearing
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X