ଦୁଇ ଦିନରେ ଶେଷ ହୋଇଯିବ ଟିକା, ବନ୍ଦ ହୋଇପାରେ ଟିକାକରଣ: ୧୫ ଲକ୍ଷ ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡିଶା
କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଟିକା ନପଠାଇବା ହେତୁ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳୁଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର ।
ଭୁବନେଶ୍ବର: ରାଜ୍ୟରେ ଲଗାତାର ଟିକାର ଅଭାବ ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଟିକା ନପଠାଇବା ହେତୁ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳୁଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଚିଠିରେ ସେ ଲେଖିଛନ୍ତି ଯେ, ଜୁଲାଇ ୯ରୁ ୧୫ ତାରିଖ ଭିତରେ ରାଜ୍ୟରେ କୋଭିସିଲ୍ଡ ଟିକା ସରିଯିବ । ଏବେ ଯେତିକି କୋଭିସିଲ୍ଡ ଟିକା ଅଛି ତାହା ୨ ଦିନ ଭିତରେ ଶେଷ ହୋଇଯିବ । ତେଣୁ ଶୀଘ୍ର କେନ୍ଦ୍ର ସରକାର ଓଡିଶାକୁ ଅତିରିକ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା ପଠାଇବାକୁ ସେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ କେବଳ ୬ ଲକ୍ଷ ୧୪ ହଜାର କୋଭିସିଲ୍ଡ ଟିକା ରହିଛି । ହେଲେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଏବେ ବି ୨୮.୩୧ ଲକ୍ଷ ଲୋକ ଅଛନ୍ତି । ଯଦି କେନ୍ଦ୍ର ସରକାର ଠିକଣା ସମୟରେ ଟିକା ନପଠାନ୍ତି ତେବେ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା ଦେଖାଦେଇଛି ବୋଲି ସେ କହିଛନ୍ତି ।












Click it and Unblock the Notifications