ଓଡ଼ିଶାର ୨ ନୂଆ ରେଳ ଲାଇନକୁ ମିଳିଲା ମଂଜୁରୀ

ଭୁବନେଶ୍ୱର: ରାଜ୍ୟକୁ ମିଳିଲା ଆଉ ଦୁଇଟି ନୂଆ ରେଳ ପ୍ରକଳ୍ପ । ଖୁବଶୀଘ୍ର ନିର୍ମାଣ ହେବ ତାଳଚେର୍-ଅନୁଗୁଳ ରେଳ ଲାଇନ୍ । ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏହି ନୂଆ ରେଳଲାଇନର ମୋଟ୍ ଦୂରତା ହେଉଛି ୧୬.୫୦ କିଲୋମିଟର । ତାଳଚେର୍ ଠାରୁ ଏହା ୱାଇ କନେକ୍ସନ ରହିବା ନେଇ ରହିଛି ସୂଚନା ।

ୂୀୋଗଲ

ସେହିପରି ବରଗଡ଼-ନୂଆପଡ଼ା ରୋଡ୍ ୧୪୨ କିମିକୁ ସ୍ୱତନ୍ତ୍ର ପ୍ରକଳ୍ପର ମାନ୍ୟତା ମିଳିଛି । ଯାହା ପଦ୍ମପୁର ବାଟ ଦେଇ ଯିବ । ତେବେ ଏହି ଦୁଇ ପ୍ରକଳ୍ପ ବିଷୟରେ ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ । ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି ।

ସୂଚନା ଅନୁସାରେ, ଏହି ରେଳପଥ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅଧିନରେ ରହିବ । ଆଜି କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ଲାଗି ସ୍ୱତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+