Get Updates
Get notified of breaking news, exclusive insights, and must-see stories!

ଜିଏସଟି ଆଦାୟରେ ଓଡ଼ିଶା ପାଇଛି ସଫଳତା

ଭୁବନେଶ୍ୱର: ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦଭର ଓଡ଼ିଶା ୨୦୨୩ ମସିହା ନଭେମ୍ବର ମାସରେ ୨୭୯୧.୪୫ କୋଟି ଟଙ୍କା ସଂଗ୍ରହ କରିଛି , ଯାହା କି ଏ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ । ଗତ ବର୍ଷ ନଭେମ୍ବର ମାସଭର ଏହି ସଂଗ୍ରହ ପରିମାଣ ଥିଲା ୧୩୯୦.୩୬ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଓଡ଼ିଶା ୧୦୦.୭୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ହାସଲ କରିଛି ।


ଚଳିତ ଆର୍ଥିକ ବର୍ଷ ନଭେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ୧୪୯୧୩.୧୬ କୋଟି ଟଙ୍କା ପହଞ୍ଚିଥିବା ବେଳେ ଗତ ଆର୍ଥିକ ବର୍ଷ ନଭେମ୍ବର ସୁଦ୍ଧା ଏହି ସଂଗ୍ରହ ରାଶି ଥିବା ୧୧୭୧୯.୬୪ କୋଟି ଟଙ୍କା । ଏ କ୍ଷେତ୍ରରେ ୨୭.୨୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

 GST collection

ରାଜ୍ୟ ବାଣିଜ୍ୟକର ଏବଂ ଜିଏସଚି କମିଶନରେଟ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା, ଓଜିଏସଟି, ଆଇସିଏସଟି ଫଇସଲା, ଭାଟ. ପ୍ରବେଶ କର ଏବଂ ବୃତ୍ତିଗତ କର ଅଧୀନରେ ଚଳିତ ବର୍ଷ ନଭେମ୍ବର ମାସରେ ମୋଟ୍ ୩୮୫୬.୭୨ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଗତ ବରଷ ନଭେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ମୋଟ୍ ୩୮୫୬.୭୨ କୋଟି ଟଙ୍କା ସଂଗୃହୀତ ହୋଇଥିବାଳେ ଗତ ବର୍ଷ ନଭେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୦୮.୯୨ ଟଙ୍କା ।

ଫଳରେ ଏ କ୍ଷେତ୍ରରେ ୬୭.୦୪ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ଆର୍ଥିକ ବର୍ଷ ନଭେମ୍ବର ମାସ ସୁଦ୍ଧା ଉପରୋକ୍ତ ଟିକସ ବ୍ୟବସ୍ଥା ଅଧିନରେ ହୋଇଥିବା ମୋଟ୍ ସଂଗ୍ରହ ରାଶି ୨୨୫୧୦.୫୬ ଟଙ୍କା ରହିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୧୮.୯୧ ପ୍ରତିଶତ ଅଧିକ ।

ଅପର ପକ୍ଷରେ ମୋଟ୍ ଜିଏସଟି ବାଦରକୁ ଚଳିତ ବର୍ଷ ନଭେମ୍ବର ମାସରେ ୪୨୯୫.୦୮ କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ ଗତ ବର୍ଷ ନଭେମ୍ବର ମାସରେ ଏହି ପାରିମାଣ ଥିଲା ୪୧୬୨.୨୬ କୋଟି । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩.୧୯ ପ୍ରତିଶତ । ସେହିପରି ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ଏ କ୍ଷେତ୍ରରେ ହୋଇଥିବା ମୋଟ୍ ସଂଗ୍ରହ ପରିମାଣ ୩୫୧୮୮.୨୫ କୋଟି ଟଙ୍କା । ଗତ ଆର୍ଥିକ ବର୍ଷ ତୁଳନାରେ ଏହି ସଂଗ୍ରହ ୯.୭୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।


୨୦୨୩ ମସିହା ନଭେମ୍ବର ମାସରେ ୨.୨୧ କୋଟି ଟଙ୍କା ସଂଖ୍ୟକ ଇ-ଇନଭଏସ ଟିକସଦାତାଙ୍କ ଦ୍ୱାରା ନିର୍ଗମନ କରାଯାଇଛି । ଏଥିରେ ୫,୯୨,୯୯୯,୫୩ ଟଙ୍କାର କାରବାର ରାଶି ସଂପୃକ୍ତି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+