ସେପ୍ଟେମ୍ବର ମାସରେ ରାଜ୍ୟରେ ଜିଏସଟି ଆଦାୟ ୧୬୫୧.୫୮ କୋଟି ଟଙ୍କା
ଭୁବନେଶ୍ୱର: ୨୦୨୩ ମସିହା ସେପ୍ଟେମ୍ବର ମାସର ରାଜ୍ୟରେ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶା ୧୬୫୧.୫୮ ରକାଟି ଟଙ୍କା ସଂଗ୍ରହ କରିଛି । ଯାହା କି ୨୦୨୨ ମସିହା ସେପ୍ଟେମ୍ବର ମାସରେ ୧୧୫୭.୦୮ କୋଟି ଟଙ୍କା ଥିଲା । ଏ ଦିଗରେ ୪୨.୭୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି ।
ସେହିପରି ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ୧୦୪୪୦.୭୪ କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ ଏ କ୍ଷେତ୍ରରେ ବୃଦ୍ଧି ହାର ରହିଛି ୨୩.୨୪ ପ୍ରତିଶତ ।

ଅପରପକ୍ଷରେ ୨୦୨୩ ମସିହା ସେପ୍ଟେମ୍ବର ମାସର ରାଜ୍ୟ ଜିଏସଟି ବାବଦକୁ ୧୧୯୭.୩୭ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ୨୦୨୨ ମସିହା ସେପ୍ଟେମ୍ବର ମାସରର ଏହି ସଂଗ୍ରହ ପରିମାଣ ଥିଲା ୯୨୬.୯୬ କୋଟି ଟଙ୍କା । ଫଳରର ଏ କ୍ଷେତ୍ରରେ ୨୯.୧୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି ।
ଯଦି ରାଜ୍ୟ ଜିଏସଟି ସଂଗ୍ରହ କଥା ବିଚାର କରାଯାଏ , ତେବେ ଦେଖାଯିବ ଯେ ଏ ବାବଦରର ୨୦୨୩ ମସିହା ସେପ୍ଟେମ୍ବର ମାସର ଓଡିଶା ୪୨୪୯.୧୨ କୋଟି ଟଙ୍କା ସଂଗ୍ରହ କାରବାର ସଫଳ ହୋଇଛି । ଗତବର୍ଷ ସେପ୍ଟେମ୍ବର ମାସର ଏହି ସଂଗ୍ରହ ପରିମାଣ ଥିଲା ୩୭୬୫.୧୭ କୋଟି ଟଙ୍କା । ଏ କ୍ଷେତ୍ରରେ ୧୨.୮୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ରାଜ୍ୟ ବାଣିଜ୍ୟକର ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯର୍ଥା: ଜିଏସଟି, ଭାଟ୍, ପ୍ରବେଶ ଶୁଳ୍କ ଓ ବୃତ୍ତି ଗତ ଟିକସ ଅଧିନରେ ୨୦୨୩ ମସିହା ସେପ୍ଟେମ୍ବର ମାସରର ୨୬୩୮.୧୭ କୋଟି ଟଙ୍କା ସଂଗୃହୀତ କରାଯାଇଥିବା ବେଳେ ଗତବର୍ଷ ସେପ୍ଟେମ୍ବର ମାସର ଏହି ସଂଗ୍ରହ ପରିମାଣ ଥିଲା ୨୦୭୦.୨୬ କୋଟି ଟଙ୍କା ।












Click it and Unblock the Notifications