ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲାରେ ତୃତୀୟ ସର୍ବାଧିକ ସଂଗ୍ରହ; ଜାନୁୟାରୀରେ ୪୨୫୫.୫୯ କୋଟି ଜିଏସଟି ସଂଗ୍ରହ

କଟକ: ୨୦୨୪ ମସିହା ଜାନୁୟାରୀ ମାସରେ ଓଡ଼ିଶା ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ) କ୍ଷେତ୍ରରେ ଏ ଯାବତ ଦ୍ବିତୀୟ ସର୍ବାଧ‌ିକ ସଂଗ୍ରହ ହାସଲ କରୁଛି । ୨୦୨୩ ମସିହା ଜାନୁୟାରୀ ମାସରେ ରାଜ୍ୟ ୪୨୫୫.୫୯ କୋଟି ଟଙ୍କା ମୋଟ ଜିଏସଟି ସଂଗ୍ରହ କରିଥିବାବେଳେ ୨୦୨୪ ମସିହା ଜାନୁୟାରୀ ମାସରେ ଏହା ୪୯୬୩.୧୬ କୋଟି ଟଙ୍କା ମୋଟ ଜିଏସଟି ସଂଗ୍ରହ କରିଛି । ଫଳରେ ଏ କ୍ଷେତ୍ରରେ ୧୬.୬୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି ।

ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ମାସ ପର୍ଯ୍ୟନ୍ତ ୪୪୫୦୨.୮୩ କୋଟି ଟଙ୍କା ମୋଟ ଜିଏସଟି ସଂଗୃହୀତ ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ଜାନୁୟାରୀ ମାସ ସୁଦ୍ଧା ହୋଇଥିବା ସଂଗ୍ରହ ତୁଳନାରେ ଏହା ୧୦.୭୮ ପ୍ରତିଶତ ଅଧ‌ିକ । ଜାନୁୟାରୀ ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ସଂଗ୍ରହ କରିଥିବା ୨୨୭୧.୭୭ କୋଟି ଟଙ୍କା ହେଉଛି ଏ ଯାବତ ତୃତୀୟ ସର୍ବାଧ‌ିକ ସଂଗ୍ରହ । ୨୦୨୩ ମସିହା ଜାନୁୟାରୀ ମାସରେ ଏ ବାବଦରେ ହୋଇଥ‌ିବା ୧୮୦୦.୮୬ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୨୬.୧୫ ପ୍ରତିଶତ ଅଧ୍ବକ ।

odisha gst collection

ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ୧୯୬୦୦.୭୮ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ଜାନୁୟାରୀ ମାସ ସୁଦ୍ଧା ଏହି ସଂଗ୍ରହ ପରିମାଣ ଥିଲା ୧୫୦୩୬.୩୮ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୦.୩୬ ପ୍ରତିଶତ ।ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଦ୍ବାରା ପରିଚାଳିତ ହେଉଥ‌ିବା ସମସ୍ତ ଟିକସ ବ୍ୟବସ୍ଥା ଯଥା : ରାଜ୍ୟ ଜିଏସଟି/ସମନ୍ବିତ ଜିଏସଟି ଫଇସଲା, ମୂଲ୍ୟଯୁକ୍ତ କର (ଭାଟ) ଓ ବୃତ୍ତିଗତ କର ଅଧୀନରେ ୨୦୨୪ ମସିହା ଜାନୁୟାରୀ ମାସରେ ୩୩୯୯.୯୩ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୩ ମସିହା ଜାନୁୟାରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୯୪୨.୮୧ କୋଟି ଟଙ୍କା । ଫଳରେ ଏଥ‌ିରେ ୧୫.୫୩ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ମାସ ସୁଦ୍ଧା ଉପରୋକ୍ତ ଟିକସ ବ୍ୟବସ୍ଥା ଅଧୀନରେ ହୋଇଥିବା ସଂଗ୍ରହ ପରିମାଣ ୨୯୩୯୧.୬୫ କୋଟି ଟଙ୍କା ହୋଇଥ‌ିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷର ଜାନୁୟାରୀ ମାସ ସୁଦ୍ଧା ହୋଇଥ‌ିବା ସଂଗ୍ରହ ତୁଳନାରେ ଏହା ହେଉଛି ୨୦.୫୪ ପ୍ରତିଶତ ଅଧ୍ବକ ।ଅପର ପକ୍ଷରେ ୨୦୨୪ ମସିହା ଜାନୁୟାରୀ ମାସରେ ୨୨.୭୦ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବା ବେଳେ ୨୦୨୩ ମସିହା ଜାନୁୟାରୀ ମାସ ତୁଳନାରେ ଏହି ସଂଖ୍ୟା ଥିଲା ୧୯.୯୦ ଲକ୍ଷ । ଏ କ୍ଷେତ୍ରରେ ୧୪.୦୨ ପ୍ରତିଶତ ଅଭିବୃଦ୍ଧି ଘଟିଛି, ଯାହା କି ରାଜ୍ୟର ଅର୍ଥନୀତିରେ ଦେଖା ଦେଇଥ‌ିବା ଗତିଶୀଳତାକୁ ସୂଚିତ କରୁଛି ।ଜାନୁୟାରୀ ମାସରେ ନିର୍ଗମନ କରାଯାଇଥିବା ୨୨.୭୦ ଲକ୍ଷ ଇ-ୱେବିଲ ମଧ୍ୟରୁ ୧୩.୩୫ ଲକ୍ଷ ଇ-ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଥିବାବେଳେ ୯.୩୪ ଲକ୍ଷ ଇ-ୱେବିଲ ଆନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+