ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶାର ଦ୍ବିତୀୟ ସର୍ବାଧ‌ିକ ସଂଗ୍ରହ; ଗତ ଡିସେମ୍ବର ମାସରେ ୨୫୭୮.୯୫ କୋଟି ଟଙ୍କା

୨୦୨୩ ମସିହା ଡିସେମ୍ବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶା ଦ୍ୱିତୀୟ ସର୍ବାଧ‌ିକ ସଂଗ୍ରହ ହାସଲ କରିବା ସହ ୨୫୬୮,୦୫ କୋଟି ଟଙ୍କା ଆଦାୟ କରିଛି । ୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୫୧୫.୮୮ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୬୦,୦୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ହାସଲ ହୋଇଛି ।

ଚଳିତ ଆର୍ଥିକ ବର୍ଷ ଡିସେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି - ସମନ୍ବିତ ଜିଏସଟି ଫଇସଲା ବାବଦକୁ ମୋଟ ସଂଗ୍ରହ ପରିମାଣ ୧୭୪୧୯,୬୧ କୋଟି ଟଙ୍କା ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଏହି ସଂଗ୍ରହ ରାଶି ୧୩୨୩୫.୫୨ କୋଟି ଟଙ୍କା ଥିଲା । ଫଳରେ ଏଥ‌ିରେ ୩୧.୬୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଅଧ୍ଵନରେ ପରିଚାଳିତ ହେଉଥ‌ିବା ବିଭିନ୍ନ ଟିକସ ବ୍ୟବସ୍ଥା ଯଥା: ରାଜ୍ୟ ଜିଏସଟି / ସମନ୍ବିତ ଜିଏସଟି ଫଇସଲା, ମୂଲ୍ୟଯୁକ୍ତ କର, ପ୍ରବେଶ କର ଓ ବୃତ୍ତିଗତ କର ବାବଦକୁ ୨୦୨୩ ମସିହା ଡିସେମ୍ବର ମାସରେ ୩୬୬୫,୨୩ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୫୧୦,୮୬ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୪୫.୯୮ ପ୍ରତିଶତ । ଅପର ପକ୍ଷରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଟିକସ ଅଧୀନରେ ମୋଟ ସଂଗ୍ରହ ପରିମାଣ ୨୬୧୮୯.୮୪ କୋଟି ଟଙ୍କା ରହିଥିବାବେଳେ ୨୦୨୨ ମସିହା ଡିସେମ୍ବର ଅଭିବୃଦ୍ଧି ହାର ରହିଛି ୨୧,୬୮ ପ୍ରତିଶତ ।

Odisha gst collection

ସେହିପରି ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ) ବାବଦକୁ ଓଡ଼ିଶାରେ ୨୦୨୩ ମସିହା ଡିସେମ୍ବର ମାସରେ ୪୩୫୧-୪୨ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୨ ମସିହା ଡିସେମ୍ବର ମାସରେ ୩୮୫୪,୨୯ କୋଟି ଟଙ୍କା ସଂଗୃହୀତ ହୋଇଥିଲା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛ ୧୨.୯୦ ପ୍ରତିଶତ । ଅପରପକ୍ଷରେ ୨୦୨୩-୨୪ ଆର୍ଥିକ ବର୍ଷରେ ଡିସେମ୍ବର ମାସ ସୁଦ୍ଧା ମୋଟ ଡିଏସଟି ବାବଦକୁ ୩୯୫୩୯,୬୭ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ହୋଇଥ‌ିବା ସଂଗ୍ରହ ତୁଳନାରେ ଏଥ‌ିରେ ୧୦,୦୮ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
୨୦୨୩ ମସିହା ଡିସେମ୍ବର ମାସରେ ୨୨.୪୯ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ ହୋଇଥିବାବେଳେ ଗତବର୍ଷ ଡିସେମ୍ବର ମାସରେ ଏହି ସଂଖ୍ୟା ଥିଲା ୧୯.୬୬ ଲକ୍ଷ । ଫଳରେ ଏ କ୍ଷେତ୍ରରେ ୧୪.୩୯ ପ୍ରତିଶତ ଅଭିବୃଦ୍ଧି ଘଟିଛି, ଯାହା ବ୍ୟବସାୟିକ କାର୍ଯ୍ୟକଳାପରେ ଘଟିଥିବା ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି । ଏଥ୍ ମଧ୍ୟରୁ ୧୩.୪୧ ଲକ୍ଷ ଇ-ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ନିର୍ଗମନ ହୋଇଥିବାବେଳେ ୯.୦୭ ଲକ୍ଷ ଆନ୍ତଃରାଜ୍ୟ କାରବାର ପାଇଁ ନିର୍ଗମନ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+