Get Updates
Get notified of breaking news, exclusive insights, and must-see stories!

ଧାନ ବଦଳରେ ଅନ୍ୟ ଫସଲ କଲେ ମିଳିବ ପ୍ରୋତ୍ସାହନ: କୃଷିମନ୍ତ୍ରୀ

ଏଣିକି ଧାନ ବଦଳରେ ଅନ୍ୟ ଫସଲ କଲେ ସରକାର ଦେବେ ପ୍ରୋତ୍ସାହନ । ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇ ବା ପାଇଁ ବିଭିନ୍ନ ଅଫର ଦେବାକୁ ଯୋଜନା କରିଛନ୍ତି ସରକାର ।

Odisha Government

ଭୁବନେଶ୍ୱର: ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ଏଣିକି ଧାନ ବଦଳରେ ଅନ୍ୟ ଫସଲ କଲେ ସରକାର ଦେବେ ପ୍ରୋତ୍ସାହନ । ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇ ବା ପାଇଁ ବିଭିନ୍ନ ଅଫର ଦେବାକୁ ଯୋଜନା କରିଛନ୍ତି ସରକାର ।

କେନ୍ଦ୍ର କୃଷି ବଜେଟରେ ଅର୍ଥ କମିଥିବା ବେଳେ ରାଜ୍ୟ କୃଷି ବଜେଟର ବ୍ୟୟ ବରାଦ ବଢ଼ିବ । ବର୍ତ୍ତମାନ ୧୯ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗକୁ ୩୦ଟି ଜିଲ୍ଲାରେ ଏହାକୁ ଲାଗୁ କରାଯିବ । ରାଜ୍ୟର ୧୭୭ଟି ବ୍ଲକରେ ମିଲେଟ ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି । ସେହିପରି ପଣସ, ଫୁଲ, ମସଲା ଓ ଛତୁ ମିଶନ ମଧ୍ୟ ହାତକୁ ନେଉଛନ୍ତି ସରକାର ।

ସେହିପରି କୃଷି ସଚିବ ଅରବିନ୍ଦ ପାଢୀ କହିଛନ୍ତି, ଆମ ରାଜ୍ୟ ଧାନ ଉତ୍ପାଦନରେ ଗୋଟିଏ ଆଗୁଆ ରାଜ୍ୟ ହୋଇଛି । ତେଣୁ ରାଜ୍ୟ ସରକାରଙ୍କ ଯାହା ବି ଦିଗଦର୍ଶନ ଅଛି ସେହି କ୍ରମରେ ଆମେ ଅନ୍ୟ ଫସଲକୁ ବି ଗୁରୁତ୍ୱ ଦେବୁ । ସରକାରଙ୍କ ପ୍ରଧାନ ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଲାଭାନ୍ୱିତ କରିବା । ଚାଷୀ ହିତରେ ହିଁ ସବୁ କାମ କରାଯାଉଛି ।

ଆଜି ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ 'ଫସଲ ବିବିଧିକରଣକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ କରିବା' ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କଳାହାଣ୍ଡି ଜିଲ୍ଲାପାଳ ସୁଶ୍ରୀ ଅନ୍ବେଷା ରେଡ୍ଡି ଏବଂ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଅଂଶଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+