ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ; ୧୧୮ଜଣଙ୍କ ବଦଳି, ବଦଳିଲେ ୭୦ରୁ ଅଧିକ ତହସିଲଦାର
ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ l ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୧୮ଜଣ ଓଏଏସ୍ଙ୍କର ବଦଳି ହୋଇଛି। ଏଥିରେ ପ୍ରାୟ ୭୦ରୁ ଅଧିକ ତହସିଲଦାର ବଦଳିଛନ୍ତି।
ଏଥିରେ ଫୁଲବାଣୀ, ଚମ୍ପୁଆ, ସାରସକଣା, ଖଲ୍ଲି କୋଟ, ସବ୍ଡେଗା, ଗଞ୍ଜାମ, ଭେଡେନ, ପୁଇଁତଳା, ବାଙ୍ଗିରିପୋଷୀ, ଅମ୍ବାଭୋନା, କେ.ନୂଆଗାଁ, ଭଟଲି, ସୋନପୁର, ଟାଙ୍ଗରପାଲି, ଅତାବିରା, ମାନେଶ୍ଵର, ରାମନାଗୁଡ଼ା, ନନ୍ଦାହାଣ୍ଡି, ସତ୍ୟବାଦୀ, ଅନୁଗୁଳ, କପ୍ତିପଦା, କଣାସ, କୁଜଙ୍ଗ, ଭୋଗରାଇ, ଖୁଣ୍ଟା, କାଶୀପୁର, କୃଷ୍ଣ ପ୍ର ସାଦ, ନରସିଂହପୁର, ଓଡ଼ପଡ଼ା, ରଣପୁର, ନର୍ଲା, ଚିକିଟି, ପୁରୁଷୋତ୍ତମପୁର, ବ୍ରହ୍ମଗିରି, ମୋରଡ଼ା, ଚକାପାଦ, ରାୟଗଡ଼ା, ବୋଲଗଡ଼, ଲଖନପୁର, ବାରକୋଟ, ହାଟଡିହି, ବରୀ, ଭୁବନେଶ୍ଵର, ବାଲିଆପାଳ, ଲାଠିକଟା ଓ ତୁଷୁରା ପ୍ରମୁଖ ତହସିଲରେ ତହସିଲଦାର ବଦଳିଛନ୍ତି।

ତେଲକୋଇ, ମାହାଙ୍ଗା, ତିଳେଇବଣି, ଅମ୍ବାଭୋନା, ମହାକାଳପଡ଼ା, ସୁ କିନ୍ଦା, ବରଗଡ଼, କାଶୀନଗର, ଚିଲିକା, ମୋହନା, ବିଶୋଇ, କୁଚିଣ୍ଡା, ଆଠମଲ୍ଲିକ, ଚାନ୍ଦବାଲି, ବିଜାତଳା, ଖଣ୍ଡପଡ଼ା, ନାରାୟଣପାଟଣା, ଆସିକା, ନୀଳଗିରି, କୁଳିଅଣା, କୁଡ଼ୁମୁଲୁଗୁମ୍ମା, ମାଲକାନଗିରି, ପଦ୍ମପୁର, ପୋଲସରା, ନୂଆଗାଁ, ଗରଦପୁର ପ୍ରମୁଖ ବିଡିଓ ବଦଳି ହୋଇଛନ୍ତି। ଏହାବାଦ୍ ବିଭିନ୍ନ ସ୍ଥାନରେ ଡେପୁଟି କଲେକ୍ଟର, ଅତିରିକ୍ତ ତହ ସିଲଦାରଙ୍କ ବଦଳି ହୋଇଛି।












Click it and Unblock the Notifications