୨୧ରୁ ଏକାଦଶ ଏବଂ ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ ହେବ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ପ୍ରଚଳିତ ସମସ୍ତ ବିଦ୍ୟାଳୟରେ ଚଳିତ ଅକ୍ଟୋବର ୨୧ ତାରିଖରୁ ଏକାଦଶ ଶ୍ରେଣୀ ପାଇଁ ଅଫ୍ଲାଇନ୍ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅକ୍ଟୋବର ୨୫ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଅଫ୍ଲାଇନ୍ ଶିକ୍ଷାଦାନ ଆରମ୍ଭ ହେବ। କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏକାଦଶ ଶ୍ରେଣୀର ପାଠ ପଢା ସକାଳ ୧୦ଟାରୁ ମଧ୍ୟାହ୍ନ ୧.୩୦ ପର୍ଯ୍ୟନ୍ତ ହେବ। ସେହିପରି ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ ପଢା ସକାଳ ୯ ଟାରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ହେବ। ବିଦ୍ୟାଳୟ ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ସରକାରଙ୍କ ଦ୍ଵାରା ନିର୍ଧାରିତ କୋଭିଡ ମାର୍ଗଦର୍ଶିକା ପାଳନ କରିବା ପାଇଁ ନିର୍ଦେଶ ଦିଆ ଯାଇଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଦ୍ଵାଦଶ ଶ୍ରେଣୀ ଏବଂ ୧୦ମ ଓ ୯ମ ଶ୍ରେଣୀ ପିଲାଙ୍କ ବିଦ୍ୟାଳୟରେ ପାଠ ପଢା ଆରମ୍ଭ ହୋଇଛି । କରୋନାର ସମ୍ଭାବ୍ୟ ୩ୟ ଲହରକୁ ଦ୍ରୁଷ୍ଟିରେ ରଖି ସରକାର ପିଲାଙ୍କ ପାଠ ପଢାକୁ ନେଇ ମାପିଚୁପି ପଦକ୍ଷେପ ନେଉଛନ୍ତି ।












Click it and Unblock the Notifications