‘ଝୋଟ ବ୍ୟାଗ୍ ବଣ୍ଟନରେ ପୂର୍ବ ସରକାର ଖର୍ଚ୍ଚ କରିଥିଲେ ୨୪୭ କୋଟି'
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଶହ ଶହ କୋଟି ଟଙ୍କାର ଝୋଟ ବ୍ୟାଗ ବଣ୍ଟନ କରିଛନ୍ତି। ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଝୋଟ ବ୍ୟାଗ୍ ବଣ୍ଟନ ଖର୍ଚ୍ଚ ନେଇ ହୋସ୍ ଉଡ଼ାଇବା ଭଳି ତଥ୍ୟ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏ ବାବଦରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ୩୬ ଲକ୍ଷ ଟଙ୍କା ।
ଖାଦ୍ୟ ଯୋଗାଣ ଓ ଖାଉଟ କଲ୍ୟାଣ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ଅନୁଗୋଳରେ ୭ କୋଟି ୧୬ ଲକ୍ଷ ୯୭ ହଜାର ୬୦୭ ଟଙ୍କାର ଝୋଟ ବ୍ୟାଗ ବଣ୍ଟନ କରାଯାଇଥିବା ବେଳେ ବାଲେଶ୍ୱରରେ ୧୩ କୋଟି ୪୦ ଲକ୍ଷ ୬ ହଜାର ୩୪୪, ବରଗଡ଼ରେ ୯ କୋଟି ୧୯ ଲକ୍ଷ ୬ ହଜାର ୮୫୪, ଭଦ୍ରକରେ ୮ କୋଟି ୩୮ ଲକ୍ଷ ୧୯ ହଜାର ୯୫୧, ବଲାଙ୍ଗିରରେ ୧୧ କୋଟି ୧୬ ଲକ୍ଷ ୮୦ ହଜାର ୭୮୨, ବୌଦ୍ଧରେ ୨ କୋଟି ୭୯ ଲକ୍ଷ ୫୯ ହଜାର ୩୫୯, କଟକରେ ୧୩ କୋଟି ୧୦ ଲକ୍ଷ ୬୦ ହଜାର ୪୧, ଦେବଗଡ଼ରେ ୨ କୋଟି ୩ ଲକ୍ଷ ୩୯ ହଜାର ୩୩୨, ଢେଙ୍କାନାଳରେ ୭ କୋଟି ୪୮ ଲକ୍ଷ ୩୭ ହଜାର ୩୩୬, ଗଜପତିରେ ୨ କୋଟି ୮୧ ଲକ୍ଷ ୩୬ ହଜାର ୪୧୫, ଗଞ୍ଜାମରେ ୨୦ କୋଟି ୨୩ ଲକ୍ଷ ୭୧ ହଜାର ୩୦୨, ଜଗତସିଂହପୁରରେ ୫ କୋଟି ୧୩ ଲକ୍ଷ ୨୫ ହଜାର ୯୭୪, ଯାଜପୁରରେ ୧୦ କୋଟି ୭୮ ଲକ୍ଷ ୯୧ ହଜାର ୫୦୨,

ଝାରସୁଗୁଡ଼ାରେ ୨ କୋଟି ୯୯ ଲକ୍ଷ ୨୦ ହଜାର ୬୮, କଳାହାଣ୍ଡିରେ ୧୦ କୋଟି ୭୫ ଲକ୍ଷ ୧୯ ହଜାର ୭୦୩, କନ୍ଧମାଳରେ ୪ କୋଟି ୭୦ ଲକ୍ଷ ୫୪ ହଜାର ୧୭୨, କେନ୍ଦ୍ରାପଡ଼ାରେ ୯ କୋଟି ୨୬ ଲକ୍ଷ ୬୬ ହଜାର ୨୫୩, କେନ୍ଦୁଝରରେ ୧୦ କୋଟି ୯୩ ଲକ୍ଷ ୬୧ ହଜାର ୨୫୦, ଖୋର୍ଦ୍ଧାରେ ୧୦ କୋଟି ୧୨ ଲକ୍ଷ ୪୦ ହଜାର ୨୫୪, କୋରାପୁଟରେ ୯ କୋଟି ୬୮ ଲକ୍ଷ ୫୭ ହଜାର ୮୬, ମାଲକାନଗିରିରେ ୩ କୋଟି ୯୫ ଲକ୍ଷ ୪୩ ହଜାର ୯୫୨, ମୟୁରଭଞ୍ଜରେ ୧୫ କୋଟି ୭୯ ଲକ୍ଷ ୧୮ ହଜାର ୨୫୩, ନବରଙ୍ଗପୁରରେ ୮ କୋଟି ୨୧ ଲକ୍ଷ ୮ ହଜାର ୭୯୧,
ନୟାଗଡ଼ରେ ୫ କୋଟି ୬୮ ଲକ୍ଷ ୮୧ ହଜାର ୬୭୬, ନୂଆପଡ଼ାରେ ୪ କୋଟି ୪୫ ଲକ୍ଷ ୩୩ ହଜାର ୭୦୫, ପୁରୀରେ ୯ କୋଟି ୫୦ ଲକ୍ଷ ୫ ହଜାର ୭୬୭, ରାୟଗଡ଼ାରେ ୬ କୋଟି ୫୮ ଲକ୍ଷ ୮୩ ହଜାର ୬୫୪, ସମ୍ବଲପୁରରେ ୫ କୋଟି ୮୯ ଲକ୍ଷ ୫୨ ହଜାର ୯୫୩, ସୋନପୁରରେ ୩ କୋଟି ୯୩ ଲକ୍ଷ ୮ ହଜାର ୩୩୫ ଓ ସୁନ୍ଦରଗଡ଼ରେ ୧୧ କୋଟି ୧୮ ଲକ୍ଷ ୭୫ ହଜାର ୬୧୨ ଟଙ୍କା ଝୋଟ ବ୍ୟାଗ୍ ବାଣ୍ଟିବା ପାଇଁ ଖର୍ଚ୍ଚ ହୋଇଛି। ଏହିପରି ମୋଟ ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୨୯୭ ଟଙ୍କା ଖର୍ଚ୍ଚ କରାଯାଇଛି।
ସେହିଭଳି ଏଥିରେ ସାମିଲ ଥିବା ପରିବାରଙ୍କୁ ଦୁଇଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍ ଦେଇଥିଲେ ପୂର୍ବ ସରକାର । ରାଜ୍ୟର ମୋଟ ୯୫.୯୦ ଲକ୍ଷ ପରିବାର ଏଥିରେ ଉପକୃତ ହୋଇଥିଲେ । ୯୫.୯୦ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ଓ ଦୁଇଟି ଝୋଟ ବ୍ୟାଗ୍ ବାବଦକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ।












Click it and Unblock the Notifications