ଏକୋ ରିଟ୍ରେଟ ପରେ ଏବେ ପ୍ରତିଷ୍ଠା ହେବ ସ୍ଥାୟୀ 'ଇକୋ କଟେଜ୍' ଓ 'ପରିବେଶ ଗ୍ରାମ'
ଇକୋ ରିଟ୍ରେଟର ସଫଳ ପରୀକ୍ଷଣ ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାୟୀ ଇକୋ କଟେଜ୍ ଓ ପରିବେଶ ଗ୍ରାମ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି ରାଜ୍ୟସରକାର ।
ଭୁବନେଶ୍ୱର: ଏଣକି ଜଙ୍ଗଲ ପରିବେଶ ଭିତରେ ପର୍ଯ୍ୟଟକଙ୍କୁ ମିଳିବ ଭିଜା ମାଟିର ବାସ୍ନା। ମାଟି କାନ୍ଥ, ଚାଳ ଛପର ଘରେ ରହି ସେମାନେ ସାଉଁଟି ପାରିବେ ଜଙ୍ଗଲର ଅନୁଭୂତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଇକୋ ରିଟ୍ରେଟର ସଫଳ ପରୀକ୍ଷଣ ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାୟୀ ଇକୋ କଟେଜ୍ ଓ ପରିବେଶ ଗ୍ରାମ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି ରାଜ୍ୟସରକାର । ଏନେଇ ମୁଖ୍ୟ ଶାସନ ସଚିବ ସରେୁଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବଠକ ଅନୁଷ୍ଠିତ ହୋଇଯାଇଛି ।
ମିଳିଥିବା ସଚୂନା ଅନୁସାରେ ସରକାର ଯେଉଁ ଇକୋ କଟେଜ କଳ୍ପର ପରିକଳ୍ପନା କରି କାମ ଆରମ୍ଭ କରିଛନ୍ତି ତାହା ପିପିପି ମୋଡରେ କରାଯିବ । ଏଥିପାଇଁ ସରକାର ଭିଜିଏଫ୍ ପାଣ୍ଠିସହ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ। ପ୍ରାଥମିକ ପର୍ଯ୍ୟାୟରେ ହୀରାକୁଦ, ବାଲିପଟ, ପାରାଦ୍ବୀପ, ଦାରିଙ୍ଗବାଡି, ପତିସେନାପୁର ଓ କୋରାପୁଟ ଆଦି ସ୍ଥାନରେ ଏହା କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ସମ୍ବଲପରରୁ ହୀରାକୁଦ ଓ କଟକର ବାଲିପଟ (ସାତକୋଶିଆ)ରୁ ଏହା ଆରମ୍ଭ ହେବ। ଯେଉଁଠାରେ ଇକୋ କଟେଜ୍ ନିର୍ମାଣ କରାଯାଇ ବର୍ଷ ତମାମ ପର୍ଯ୍ୟଟକଙ୍କ ରହଣି ସୁବିଧା କରାଯାଇ ପାରିବ ।












Click it and Unblock the Notifications