କୃଷି ଓଭର୍‍ସିଅରଙ୍କ ମାସିକ ଗସ୍ତଭତ୍ତା ୪୫୦ରୁ ୧୫୦୦ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାର କୃଷି ଓଭର୍‍ସିଅରମାନଙ୍କ ମାସିକ ଗସ୍ତଭତ୍ତା ବୃଦ୍ଧି କରିଛନ୍ତି। ଏହି ଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । କୃଷି ଓଭର୍‍ସିଅରମାନଙ୍କୁ ଅତି କମରେ ୨୦ ଦିନ ଗସ୍ତ କରିବାକୁ ପଡ଼ିଥାଏ । ପୂର୍ବରୁ ସେମାନଙ୍କ ମାସିକ ଗସ୍ତଭତ୍ତା (Permanent Travelling Allowance) ୩୦୦ ଟଙ୍କା ଥିବାବେଳେ ୨୦୨୩ ରେ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

mohan majhi

ତେବେ ଏହାପରେ ସମାନ ସ୍ତରରେ ଥିବା ଅଧିକାଂଶ ପଦବୀ ଗୁଡ଼ିକର ମାସିକ ଗସ୍ତଭତ୍ତା ବୃଦ୍ଧି ପାଇଥିବା ବେଳେ କୃଷି ଓଭର୍‍ସିଅରମାନଙ୍କ ଭତ୍ତା ବଢ଼ିନଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷି ଓଭର୍‍ସିଅରମାନେ ନିୟମିତ ଭାବେ ଗସ୍ତ କରିବା ପାଇଁ ପ୍ରୋତ୍ସାହିତ ହେବେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ୧୫୬୭ ଟି କୃଷି ଓଭର୍‍ସିଅର ପଦବୀ ଥିବାବେଳେ ବର୍ତ୍ତମାନ ୧୨୫୭ ଜଣ କାର୍ଯ୍ୟରତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+