ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ: ଆଇନମନ୍ତ୍ରୀ

ପୁରୀ : ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ବୟାନ ରଖିଛନ୍ତି। ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ପ୍ରାୟ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି, ସମସ୍ତଙ୍କୁ ମାଗଣା ମହାପ୍ରସାଦ ଦେବାକୁ ଚେଷ୍ଟା ଚାଲିଥିବା ଆଇନମନ୍ତ୍ରୀ କହିଛନ୍ତି।

Puri Jagannath Temple

ତେବେ କେବଠୁ ଓ କେମିତି ଦିଆଯିବ ମହାପ୍ରସାଦ, ସେନେଇ ଆଇନ ମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି, ଏ ସଂପର୍କରେ ରାଜ୍ୟ ସରକାର ଏକ ରୂପରେଖ ପ୍ରସ୍ତୁତ କରୁଛନ୍ତି। ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ। ସେଠାରେ ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ନୀତିକାନ୍ତି, ବ୍ୟବସ୍ଥାବଳୀ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଭକ୍ତଙ୍କୁ ତଥ୍ୟ ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+