ସବୁଜରୁ ଗେରୁଆ ହେଲା ଲକ୍ଷ୍ମୀ ବସ; ବଦଳିଲା ଲକ୍ଷ୍ମୀ ବସର ରଙ୍ଗ
ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିଲା ଆଉ ଏବେ ରଙ୍ଗ ବଦଳି ଯାଇଛି ।
ଚଳିତ ବର୍ଷ ସାଧାରଣ ନିର୍ବାଚନର ଫଳାଫଳ ପରେ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ତେବେ ଲକ୍ଷ୍ମୀବସର ରଙ୍ଗ ବର୍ତ୍ତମାନ ବଦଳି ସବୁଜରୁ ଗେରୁଆ ହୋଇଛି । ଢେଙ୍କାନାଳ ବସଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସର ରଙ୍ଗକୁ ପରିବର୍ତ୍ତନ କରାଯାଇ ଗେରୁଆ କରାଯାଇଛି ।

ସରକାର ବଦଳିବା ପରେ ଏହି ବସ ସେବାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କିନ୍ତୁ ସେବା ଚାଲୁ ରହିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ଏହାର ନାମ କିନ୍ତୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି। କମ୍ ପଇସାରେ ପଂଚାୟତରୁ ସହରକୁ ଯୋଡିବା ପାଇଁ ତତ୍କାଳୀନ ନବୀନ ସରକାର ଏହି ବସ୍ ସେବାର ଶୁଭାରମ୍ଭ କରିଥିଲେ ।
ଖୁବଶୀଘ୍ର ପରିବର୍ତ୍ତନ ହେବ ଲକ୍ଷ୍ମୀ ବସର ନାଁ। ନୂଆ ବସ ନାଁ ରହିବ ମୁଖ୍ୟମନ୍ତ୍ରୀ ବସ୍ ସେବା। ଏହା କହିଛନ୍ତି ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେହିପରି ରଥଯାତ୍ରା ଅବସରରେ ସବୁ ବ୍ଲକରୁ ବସ୍ ଗଡିବ ବୋଲି ସେ ସୂଚନା ଦେଇଛନ୍ତି। ଗୋପାଳପୁର ବନ୍ଦରର ଉନ୍ନତିକରଣ କରାଯିବ ଏହାର ଘରୋଇକରଣ ପରିଚାଳନାରେ ପୂର୍ଣ୍ଣଛେଦ ପଡିବ ବୋଲି ମନ୍ତ୍ରୀ କହିଛନ୍ତି। ଖଣିଜ ସମ୍ପତ୍ତିରୁ ଉତ୍ପାଦ ସମସ୍ତ ଓଡିଶାବାସୀଙ୍କ ଉନ୍ନତିରେ ଲାଗିବ ବୋଲି ସେ କହଛନ୍ତି ।
ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଙ୍କାରେ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା କରିଥିଲେ । ଏହାପରେ ବସ ସେବା ଜାରି ରହିବ କିନ୍ତୁ ନୂଆ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।












Click it and Unblock the Notifications