Get Updates
Get notified of breaking news, exclusive insights, and must-see stories!

ଆଗ୍ନିକ ପଦରେ ୧୦ପ୍ରତିଶତ ଗୃହରକ୍ଷୀଙ୍କୁ ମିଳିବ ନିଯୁକ୍ତି: ହାଇକୋର୍ଟ

ଫାୟରମ୍ୟାନ(ଆଗ୍ନିକ) ପଦରେ ନିଯୁକ୍ତି ପ୍ରସଂଗକୁ ନେଇ ରୁଜୁ ମାମଲାରେ ହାଇକୋର୍ଟ ପୂର୍ଣ୍ଣଛେଦ ପକାଇଛନ୍ତି । ମୋଟ ପଦବିର ୧୦ପ୍ରତିଶତ ପଦବିରେ ଗୃହରକ୍ଷୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ଓ ସରକାରଙ୍କ ପକ୍ଷରୁ ଏହି ଅନୁସାରେ ପ୍ରସ୍ତୁତ ଏକ ସାନି ଚୟନ ତାଲିକାକୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମୁଦା ଲଫାଫାରେ ଦାଖଲ କରିଥିଲେ ।

ଓଡ଼ିଶା ଫାୟାର ସର୍ଭିସ (ମେଥଡ ଅଫ୍‌ ରିକ୍ରୁଟମେ ଆଣ୍ଡ କଣ୍ଡିସନ୍ସ ଅଫ୍‌ ସର୍ଭିସ ଅଫ ଦି ଗ୍ରୁପ୍‌-ସି ଅଫିସର୍ସ) ନିୟମାବଳୀ, ୨୦୨୧ର ନିୟମ ୪ ଓ ୫ କଡ଼ାକଡ଼ି ପାଳନ କରାଯାଇଥିବା ନେଇ ଏକ ଅତିରିକ୍ତ ସତ୍ୟପାଠ ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ଦାଖଲ ଚୟନ ତାଲିକାକୁ ଆଧାରରେ ଚୟନ ପ୍ରକ୍ରିୟାକୁ ଶେଷ କରିବା ସହିତ ପଦ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ପୂର୍ବରୁ ଜାରି ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି । ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାରୁ ପ୍ରକାଶ ଯେ, ୮୨୬ ଫାୟରମ୍ୟାନ ଓ ୧୧୫ଟି ଫାୟାର ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ୨୦୨୩, ଅଗଷ୍ଟ ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିୟମାନୁସାରେ ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ କରାନଯାଇ ୮୩ଜଣଙ୍କ ବଦଳରେ ମାତ୍ର ୨୯ଜଣ ଗୃହରକ୍ଷୀ ଚୟନ ତାଲିକାରେ ସ୍ଥାନ ପାଇଥିଲେ।

ODISHA GOVT JOB Recruitment

ଫଳରେ ଅବଶିଷ୍ଟ ୫୪ଟି ପଦବିରେ ଗୃହରକ୍ଷୀ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଆବେଦନକାରୀ ମାନେ ଦାବି କରିଥିଲେ । ହାଇକୋର୍ଟ ଗତ ଜାନୁଆରି ମାସରେ ଏହି ମାମଲା ଗୁଡ଼ିକର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ରାଜୀବ ରଥ ଓ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+