ରାଜ୍ୟ ସରକାରଙ୍କ ନୂଆ ଯୋଜନା ,ହିନ୍ଦୁଙ୍କୁ ମିଳିବ ତତ୍କାଳ ବିବାହ ପ୍ରମାଣପତ୍ର

ମାତ୍ର 72 ଘଣ୍ଟା ଭିତରେ ଆବେଦନକାରୀଙ୍କୁ ମିଳିବ ବିବାହ ପଞ୍ଜୀକରଣ ପ୍ରମାଣପତ୍ର। ଅନଲାଇନ୍ ବିବାହ ପଞ୍ଜୀକରଣ ସୁବିଧା ବ୍ୟବସ୍ଥା ସହିତ ଏକ ନୂତନ ନିୟମ ଜାରି କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବର: ମାତ୍ର 72 ଘଣ୍ଟା ଭିତରେ ଆବେଦନକାରୀଙ୍କୁ ମିଳିବ ବିବାହ ପଞ୍ଜୀକରଣ ପ୍ରମାଣପତ୍ର। ଅନଲାଇନ୍ ବିବାହ ପଞ୍ଜୀକରଣ ସୁବିଧା ବ୍ୟବସ୍ଥା ସହିତ ଏକ ନୂତନ ନିୟମ ଜାରି କରିଛନ୍ତି ରାଜ୍ୟ ସରକାର। ହିନ୍ଦୁମାନଙ୍କ ପାଇଁ ଏକ ତତ୍କାଳ କିମ୍ବା ତୁରନ୍ତ ବିବାହ ପ୍ରମାଣପତ୍ର ଯୋଜନା ଆରମ୍ଭ କରିଛନ୍ତି।

wedding

ରାଜ୍ୟ ସରକାର ସୋମବାର ଏ ସମ୍ପର୍କରେ ଓଡ଼ିଶା ହିନ୍ଦୁ ବିବାହ ପଞ୍ଜୀକରଣ ନିୟମ, 2022 ଶୀର୍ଷକ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଏହିଁ ନିୟମ ଶୀଘ୍ର କାର୍ଯ୍ୟକାରୀ ହେବ।ଏହା ଓଡ଼ିଶା ହିନ୍ଦୁ ବିବାହ ପଞ୍ଜୀକରଣ ନିୟମ, 1960ର ସୁପରସେସନରେ ହେବ ବୋଲି 11 ଜୁଲାଇ 2022ରେ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

ଏହି ଅଧିନିୟମ ଅନୁଯାୟୀ ବିବାହ ପଞ୍ଜିକରଣ ଉଦ୍ଦେଶ୍ୟରେ ସରକାର ଅଧିକାରୀମାନଙ୍କୁ ରେଜିଷ୍ଟ୍ରାର ଭାବରେ ନିଯୁକ୍ତ କରିବେ। ବିବାହ ପାଇଁ ଏକ ଆବେଦନ ଫର୍ମରେ ଉଭୟ ପକ୍ଷ ଏବଂ ପୁରୋହିତଙ୍କ ଦସ୍ତଖତ ରହିବ। ବିବାହର ପକ୍ଷର ପରିଚୟ ସମ୍ବନ୍ଧରେ ସନ୍ତୁଷ୍ଟ ହେବେ ରେଜିଷ୍ଟ୍ରାର । ଏହାପରେ ସେ ବିବାହ ପ୍ରମାଣପତ୍ର ପ୍ରଦାନ କରିବେ । ସମସ୍ତ କାଗଜପତ୍ର ଏବଂ ବର-କନ୍ୟା ପକ୍ଷକୁ ଦେଖିବା ପରେ ପ୍ରମାଣପତ୍ର ପ୍ରଦାନ କରାଯିବ ।

ପ୍ରାଥମିକତା ଆଧାରରେ ସେମାନଙ୍କ ବିବାହ ପଞ୍ଜିକରଣ କରିବାକୁ ଚାହୁଁଥିବା ପକ୍ଷମାନେ ରେଜିଷ୍ଟ୍ରାରଙ୍କ ପାଇଁ ଅନଲାଇନରେ ଆବେଦନ କରିବା ଉଚିତ । ଏଥିସହ ବିବାହ ସମର୍ଥନରେ ସେମାନଙ୍କର ଉପଯୁକ୍ତ ପରିଚୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ସହିତ ଦୁଇ ଜଣ ସାକ୍ଷୀଙ୍କ ସହ ତାଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖ ସମୟରେ ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ଉପସ୍ଥିତ ରହିବା ଆବଶ୍ୟକ । ବିନା ସାକ୍ଷୀରେ କୌଣସି ବିବାହ ହେବ ନାହିଁ । ସାକ୍ଷୀ ଉପସ୍ଥିତ ରହିବା ସହ ଫର୍ମରେ ପୁରୋହିତଙ୍କ ହସ୍ତାକ୍ଷର ରହିବା ଜରୁରୀ ।

ଆଇନ ଅନୁଯାୟୀ ବିବାହବିଧି ଭାବେ ସମ୍ପାଦିତ ହୋଇଥିବାରୁ ରେଜିଷ୍ଟ୍ରାର ସନ୍ତୁଷ୍ଟ ହେବା ପରେ ପକ୍ଷମାନଙ୍କ ହାଜର ତାରିଖଠାରୁ ତିନି ଦିନ ମଧ୍ୟରେ ବିବାହ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+