ମୋହନ ସରକାର ଆଣିଲେ ନୂଆ ଇଭି ପଲିସି, ୨୦୩୦ ସୁଦ୍ଧା ରାଜ୍ୟରେ ୫୦% ଇଲେକ୍ଟ୍ରି ଗାଡ଼ି ....
ମୋହନ ସରକାର ଆଣିଲେ ନୂଆ ଇଭି ପଲିସି। ୩୧ ଡିସେମ୍ୱର ୨୦୩୦ ଯାଏଁ ଏହି ଇଭି ପଲିସି ବଳବତ୍ତର ରହିବ।

୨୦୩୦ ସୁଦ୍ଧା ୫୦ % ଇଭି ରାଜ୍ୟରେ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ତିନି ଚକିଆ ପାଇଁ ୨୦ ହଜାର ପ୍ରୋତ୍ସାହନ ଦେବେ ସରକାର। ଚାରି ଚକିଆ ଇଭି ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ସରକାର ଦେବେ ବୋଲି ସୂଚନା ମିଳିଛି।ରାଜ୍ୟ ସରକାରଙ୍କ ନୂଆ ଇଭି ପଲିସି ଅନୁସାରେ ତିନି ଚକିଆ ଇଭି ଗାଡ଼ି କିଣିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ମିଳିବ। ସେହିପରି ଚାରି ଚକିଆ ଇଲେକ୍ଟ୍ରି ଗାଡ଼ି ପାଇଁ ୧ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ଦେବେ। ରାଜ୍ୟ ସରକାର ଏହି ନିୟମ ୨୦୩୦ ଡିସେମ୍ବର ୩୧ ଯାଏଁ ବଳବତ୍ତର ରଖିବେ।












Click it and Unblock the Notifications