ବଢିଲା ପାଚିକ,ପାଚିକାମାନଙ୍କ ପାରିଶ୍ରମିକ, ଏଣିକି ମାସକୁ ମିଳିବ ୩ ହଜାର

Odisha News: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ବଢିଲା ପାଚିକ,ପାଚିକାମାନଙ୍କ ପାରିଶ୍ରମିକ । ଏଣିକି ମାସକୁ ୩ ହଜାର ଟଙ୍କା ଲେଖାଏଁ ମିଳିବା ନେଇ ସୂଚନା ରହିଛି । ଏଥିରେ ଉପକୃତ ହେବେ ପି.ଏମ ପୋଷଣ ଯୋଜନାରେ କାମ କରୁଥିବା ୧.୧୨ ଲକ୍ଷ ପାଚକ ଓ ପାଚିକା । ତେବେ ଏଥି ପାଇଁ ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Odisha Govt

ତେବେ ପୂର୍ବରୁ ପାଚିକ,ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କା ଥିଲା ଯାହାକୁ ବୃଦ୍ଧି କରି ବର୍ତ୍ତମାନ ୩ ହଜାର ଟଙ୍କା କରାଯାଇଛି । ଏଥିରେ ରାଜ୍ୟରେ ୧,୧୨,୦୯୦ ଜଣ ପାଚକ ପାଚିକା ଉପକୃତ ହେବେ । ଏମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟରେ ୫୦,୬୧୮ ସ୍କୁଲରେ ୪୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+