ଏଣିକି ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ୧ ଲକ୍ଷ ମୃତ୍ୟୁକାଳୀନ ସହାୟତା

ଭୁବନେଶ୍ୱର: କାର୍ଯ୍ୟରତ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପାଚିକାଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଥିଲା । ଏହାକୁ ଦୃଷ୍ଟିରେ ରଖି ମୃତ୍ୟୁକାଳୀନ ସହାୟତା ଆକାରରେ ୧ ଲକ୍ଷ ଟଙ୍କା ପରିବାର ସଦସ୍ୟଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ପାଇଁ ଉଦ୍ଦିଷ୍ଟ ବଜେଟରୁ ବହନ କରାଯିବ।

ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପୋଷଣ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ପାଇଁ ବିଦ୍ୟାଳୟରେ ପାଚିକାଙ୍କୁ ନିୟୋଜିତ କରାଯାଇ ସରକାରଙ୍କ ଦ୍ବାରା ସ୍ଥିରୀକୃତ ହାରରେ ପାରିତୋଷିକ ଦିଆଯାଉଛି ।

odisha govt Decision

ଏହି ସହାୟତା ପାଇବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଦତ୍ତ ମୃତ ପାଚିକାଙ୍କ ମୃତ୍ୟୁ ପ୍ରମାଣପତ୍ରର ନକଲ, ତହସିଲଦାରଙ୍କ ଦ୍ବାରା ପ୍ରଦତ୍ତ ମୃତ ପାଚିକାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରର ନକଲ, ମୃତ ପାଚିକା ଓ ଦାବିଦାରଙ୍କ ଆଧାର କାର୍ଡର ନକଲ, ଦାବିଦାରଙ୍କ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠାର ନକଲ, ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କଠାରୁ ଆବଶ୍ୟକ ସୁପାରିସ ଆଦି କାଗଜପତ୍ର ଆବଶ୍ୟକ । ସହାୟତା ରାଶି ସିଧାସଳଖ ଦାବିଦାରଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+