ଆଉ ମନଇଚ୍ଛା କାଟି ପାରିବେନି ତାଳ ଗଛ; ତାଳ ଗଛ କାଟିବା ପାଇଁ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି

ଆଉ ମନଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡ଼ିରେ ଥିବା ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି । ମନଇଚ୍ଛା ତାଳ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଦେବୀଦତ୍ତ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ତାଳ ଗଛ କାଟିବା ପାଇଁ ପୂର୍ବରୁ ଅନୁମତି ନେବାକୁ ପଡୁଥିଲା। କିନ୍ତୁ ପରେ ସେଥିରେ ସଂଶୋଧନ କରାଯାଇଥିଲା । ତାଳ ଗଛ କାଟିବାକୁ ଆଉ ଅନୁମତି ନେବାକୁ ପଡୁ ନଥିଲା । ଫଳରେ ରାସ୍ତାକଡ଼ରେ ଥିବା ତାଳ ଗଛ ସବୁ କଟା ହୋଇଗଲା । ତେଣୁ ତାଳ ଗଛ କାଟିବା ପାଇଁ ଅନୁମତି ନେବା ନିୟମକୁ ପୁଣି ଥରେ ଲାଗୁ କରାଯାଇଛି ।

Palm Tree Plantation

ନିଜ ବାଡ଼ିରେ ଶାଗୁଆନ, ଶାଳ ଆଦି ଗଛ ଥିଲେ କାଟିବା ପୂର୍ବରୁ ଯେମିତି ବନ ବିଭାଗର ଅନୁମତି ନେବାକୁ ପଡୁଛି, ସେମିତି ତାଳ ଗଛ କାଟିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ଏହି ନିୟମ ନମାନିଲେ ଜୋରିମାନାଠାରୁ ଆରମ୍ଭ କରି ଜେଲ୍‌ ପର୍ଯ୍ୟନ୍ତ ବିଭିନ୍ନ ଦଣ୍ଡ ବିଧାନ ରହିଛି ।

ସେହିପରି ରାଜ୍ୟରେ ଚଳିତ ବର୍ଷ ବନ ବିଭାଗ ୧୯ ଲକ୍ଷ ତାଳ ଗଛ ଲଗାଇବ । ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ ।

ସେଥିପାଇଁ SRCଙ୍କ ପକ୍ଷରୁ ସାଢ଼େ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କୁ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଓ ବନ ବିଭାଗର ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାରଗୁଡ଼ିକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ୧୯ ଲକ୍ଷ ତାଳଗଛ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+