ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର; ୪ ଲକ୍ଷ ୧୭ ହଜାର ୪୯୬ ହିତାଧିକାରୀ ହେବେ ଉପକୃତ
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା'ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ ।
ହିତାଧିକାରୀଙ୍କୁ ଜୁନ୍ ମାସରୁ ମିଳିବ ଏହି ଭତ୍ତା। ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବିଜେପି ସରକାରର ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ଦ୍ବାରା ରାଜ୍ୟର ୪ ଲକ୍ଷ ୧୭ ହଜାର ୪୯୬ଜଣ ହିତାଧିକାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।












Click it and Unblock the Notifications