Get Updates
Get notified of breaking news, exclusive insights, and must-see stories!

ମେକ୍ ଇନ୍ ଓଡିଶା କନକ୍ଲେଭ୍ 2022: ବିପୁଳ ପୁଞ୍ଜିନିବେଶ, ମିଳିବ ବ୍ୟାପକ ନିଯୁକ୍ତି

ଦୁଇ ବର୍ଷ ପରେ ମେକ୍ ଇନ୍ ଓଡିଶା । ଓଡ଼ିଶା ଆସ, ପୁଞ୍ଜିନିବେଶ କର । ନିବେଶଙ୍କୁ ନବୀନଙ୍କ ନିମନ୍ତ୍ରଣ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ରୋଜଗାର ସୃଷ୍ଟି କରିବା ଏହି ସମ୍ମିଳନୀର ମୂଳ ଲକ୍ଷ ।

ଭୁବନେଶ୍ୱର: ଦୁଇ ବର୍ଷ ପରେ ମେକ୍ ଇନ୍ ଓଡିଶା । ଓଡ଼ିଶା ଆସ, ପୁଞ୍ଜିନିବେଶ କର । ନିବେଶଙ୍କୁ ନବୀନଙ୍କ ନିମନ୍ତ୍ରଣ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ରୋଜଗାର ସୃଷ୍ଟି କରିବା ଏହି ସମ୍ମିଳନୀର ମୂଳ ଲକ୍ଷ । ଓଡ଼ିଶାର ବିନିର୍ମାଣ କୌଶଳକୁ ସର୍ବ ସାମ୍ମୁଖରେ ଉପସ୍ଥାପନା କରି ରାଜ୍ୟରେ ବିଭିନ୍ନ ଶିଳ୍ପ ସେକ୍ଟର ପାଇଁ ନିବେଶକାରୀଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ 2016 ରେ ପ୍ରଥମେ ମେକ୍ ଇନ୍ ଓଡିଶା କନକ୍ଳେଭ ଆରମ୍ଭ ହୋଇଥିଲା ।

Make in Odisha Conclave 2022

ସେଥିରେ 2 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଏଥିରେ 5000ରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ । ସେହିଭଳି 2018 ରେ ଦ୍ବିତୀୟ ସଂସ୍କରଣରେ 4 ଲକ୍ଷ 19 ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଥିଲା । କରୋନା ମହାମାରୀ ଯୋଗୁ ଏହା 2020 ଓ 2021 ମସିହାରେ ଆୟୋଜିତ ହୋଇପାରି ନଥିଲା ମେକ୍ ଇନ୍ ଓଡିଶା । ତେଣୁ ଚଳିତଥର ନଭେମ୍ବର 30ରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ । ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗ ଦେବେ ।

ଚଳିତବର୍ଷ କନକ୍ଲେଭ୍‌ର ଲକ୍ଷ୍ୟ ହେଉଛି ସମସ୍ତ ଆଶାକୁ ଅତିକ୍ରମ କରିବା ଏବଂ ଓଡିଶାକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେବା । ତେବେ ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ୍ ସୁବିଧା ଯୋଗୁଁ ଓଡ଼ିଶା ଧାତୁ ଏବଂ ସହଯୋଗୀ କ୍ଷେତ୍ର ଗୁଡିକର ଶିଳ୍ପ ପାଇଁ ପସନ୍ଦର ସ୍ପଟ ପାଲଟିଛି । ରାସାୟନିକ ପଦାର୍ଥ ଏବଂ ପେଟ୍ରୋକେମିକାଲ୍ସ, ବୟନ ଶିଳ୍ପ ଓ ପୋଷାକ ପରି ସେକ୍ଟର ସହିତ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମକୁ ବ୍ୟାପକ କରିବା ପାଇଁ ସରକାର ସକ୍ରିୟ ଭାବରେ ପଦକ୍ଷେପ ନେଇଛନ୍ତି । ପୂର୍ବ ଦୁଇଟି ସଂସ୍କରଣରେ ଭାଗ ନେଇଥିବା ୫୩ ପ୍ରତିଶତ ପୁଞ୍ଜି ନିବେଶକାରୀ ଓଡିଶାରେ ସେମାନଙ୍କର ଶିଳ୍ପ ଆରମ୍ଭ କରି ସାରିଥିବା ସୂଚନା ରହିଛି ।

ଅନ୍ୟପଟେ ମେକ୍ ଇନ୍ ଓଡିଶା କନକ୍ଲେଭ୍କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ତଥା ଦେଶର ବାହାରେ ଆୟୋଜନ କରୁଛନ୍ତି ଓଡିଶା ନିବେଶକ ସମ୍ମିଳନୀ ବା ଓଡିଶା ଇନଭେଷ୍ଟର୍ସ ମିଟ । ଏଥିରେ ବିଭିନ୍ନ ନିବେଶମାନଙ୍କୁ ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଦୁବାଇ, ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ପରେ ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଛି ନିବେଶକ ସମ୍ମିଳନୀ । ଓଡ଼ିଶା ଆସ, ପୁଞ୍ଜିନିବେଶ କର । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କାହିଁକି ପ୍ରକୃଷ୍ଠ ସ୍ଥାନ, ସେ ନେଇ ନିବେଶଙ୍କୁ ବୁଝାଉଛନ୍ତି ନବୀନ ।

ସୂଚନାଥାଉ କି, ଦୁବାଇରେ ହୋଇଥିବା ଇନଭେଷ୍ଟର୍ସ ମିଟରେ 21 ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା । ଯେଉଁଥିରେ ରାଜ୍ୟରେ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଏଥିରେ ୟୁଏଇ ଓ ମିନା ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ)ର ପ୍ରାୟ ୧୫୦ଟି କମ୍ପାନି ଯୋଗ ଦେଇଥିଲେ । ସେହିପରି ମଧ୍ୟ ପ୍ରାଚ୍ୟ ଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ । ପରେ ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ଆୟୋଜିତ ହୋଇଥିଲା ଏହି ଓଡିଶା ନିବେଶକ ସମ୍ମିଳନୀ ବା ଓଡିଶା ଇନଭେଷ୍ଟର୍ସ ମିଟ । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ମିଳିତ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+