ଓଡ଼ିଶାର 'ପ୍ରଥମ ମହିଳା'ଙ୍କର ପରଲୋକ
ଓଡ଼ିଶାର 'ପ୍ରଥମ ମହିଳା' ତଥା ରାଜ୍ୟପାଳ ଗଣେଶୀଲାଲଙ୍କ ପତ୍ନୀଙ୍କ ପରଲୋକ ହୋଇଛି
ଭୁବନେଶ୍ୱର : ଓଡ଼ିଶାର 'ପ୍ରଥମ ମହିଳା' ତଥା ରାଜ୍ୟପାଳ ଗଣେଶୀଲାଲଙ୍କ ପତ୍ନୀଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ହୋଇଛି । ନଭେମ୍ବର ପହିଲାରୁ ସେ କୋଭିଡରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁଶୀଳା ଦେବୀଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

ସୁଶୀଳା ଦେବୀ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ ବୋଲି ଶୋକବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏଥିସହ ସେ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂସଦ ସସ୍ମିତ ପାତ୍ର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।












Click it and Unblock the Notifications