Get Updates
Get notified of breaking news, exclusive insights, and must-see stories!

ରାଜଭବନରେ ସେଲୁନ୍‌ ସେବା ଯୋଗାଉଥବା ସ୍ମୃତିଙ୍କ ଘରକୁ ଗଲେ ରାଜ୍ୟପାଳ

କଥା ଦେଇ କଥା ରଖିଲେ ରାଜ୍ୟପାଳ । ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ କୁରୁଞ୍ଜିପୁର ପଞ୍ଚାୟତ ନିଶ୍ଚିନ୍ତପୁର ଗାଁ ଗସ୍ତକୁ ନେଇ ଆଜି ବାଲିପାଟଣାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା।

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ରାଜ୍ୟପାଳ । ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ କୁରୁଞ୍ଜିପୁର ପଞ୍ଚାୟତ ନିଶ୍ଚିନ୍ତପୁର ଗାଁ ଗସ୍ତକୁ ନେଇ ଆଜି ବାଲିପାଟଣାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରାଜଭବନରେ ସେଲୁନ୍‌ ସେବା ଯୋଗାଉଥିବା ସ୍ମୃତିରଞ୍ଜନ ବାରିକ ଓରଫ୍ ହାପିଙ୍କ ଘରେ ସେ ଅତିଥି ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଜଣେ ସାଧାରଣ କର୍ମଚାରୀଙ୍କ ଘରକୁ ଖୋଦ୍ ରାଜ୍ୟପାଳ ଆସୁଥିବାରୁ ଲୋକଙ୍କ ଭିତରେ ଅପୂର୍ବ ଆନନ୍ଦ ଖେଳିଯାଇଥିଲା।

Odisha Governor

ସୂଚନାନୁସାରେ ହାପି ଭୁବନେଶ୍ୱର ଶୈଳଶ୍ରୀବିହାରରେ ପାର୍ଲର କରିଛନ୍ତି । ତେବେ ମାସକୁ ୩/୪ ଥର ସେ ରାଜଭବନ ଯାଇ ସେବାକରନ୍ତି। ପ୍ରତି ବୁଧବାର ଓ ରବିବାର ସେ ରାଜ୍ୟପାଳଙ୍କ ସେବା ଲାଗି ରାଜଭବନ ଯାଇଥାନ୍ତି। ସେ ନିଜେ ରାଜ୍ୟପାଳ ପ୍ରଫେସର ଲାଲ୍‌, ତାଙ୍କ ପୁଅ ମନୀଷ୍‌ ଲାଲ୍‌ ଓ ତାଙ୍କ ନାତିଙ୍କ ଚୁଟି କାଟନ୍ତି। ହାପିଙ୍କ ସେବା ଓ ବ୍ୟବହାରରେ ଖୁସି ହୋଇ ରାଜ୍ୟପାଳ ତାଙ୍କ ଘରକୁ ଆସିବେ ବୋଲି କହିଥିଲେ। ଗତ ଏପ୍ରିଲ୍‌ ୧୬ରେ ହାପିଙ୍କ ଝିଅ ଏସ୍‌ ଆରାଧ୍ୟା ଓରଫ୍‌ ସାନ୍‌ଭିଙ୍କ ଜନ୍ମଦିନକୁ ହାପି ରାଜ୍ୟପାଳଙ୍କୁ ଘରକୁ ଆସିବା ଲାଗି ନିମନ୍ତ୍ରଣ କରିଥିଲେ।

କିନ୍ତୁ ସେ ସମୟରେ କୌଣସି ଜରୁରୀ କାମ ଲାଗି ରାଜ୍ୟପାଳ ଆସି ପାରିନଥିଲେ। ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଗତକାଲି ସନ୍ଧ୍ୟା ୬ ଟାରେ ରାଜ୍ୟପାଳ ଓ ପୁଅ ମନୀଷ ନିଶ୍ଚିନ୍ତପୁର ଗାଁରେ ପହଁଞ୍ଚିଥିଲେ। ଗ୍ରାମବାସୀମାନେ ତାଙ୍କୁ ଗାଁ ମୁଣ୍ଡରୁ ସଂକୀର୍ତ୍ତନ କରି ପାଛୋଟି ନେଇଥିଲେ। ହାପିଙ୍କ ଘର ଆଗରେ ଫୁଲ ଚନ୍ଦନ ଦେଇ ରାଜ୍ୟପାଳଙ୍କୁ ସ୍ୱାଗତ କରାଯାଇଥିଲା। ହାପିଙ୍କ ଘରେ ସେ ପ୍ରାୟ ଅଧଘଣ୍ଟା ବିତାଇଥିଲେ। ପଇଡ଼ ପାଣି, ପୋଡ଼ ପିଠା ଓ ବିଭିନ୍ନ ଫଳ ଖାଇ ରାଜ୍ୟପାଳ ବେଶ୍ ଖୁସି ହୋଇଥିଲେ। ହାପିଙ୍କ ବାପା ରମେଶ ବାରିକ, ମା' ସୁଲୋଚନା ଓ ପତ୍ନୀଙ୍କ ସହ ରାଜ୍ୟପାଳ କଥାବାର୍ତ୍ତା ହୋଇଥିଲେ ଏବଂ ଫଟୋ ଉଠାଇଥିଲେ। ରାଜ୍ୟପାଳ ଆଣିଥିବା ଉପହାର ସାନ୍‌ଭିଙ୍କ ହାତରେ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+