ଏସସିବି ମେଡିକାଲରେ ଚିକିତ୍ସାଧିନ ଯାତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ
କଟକ:କରମଣ୍ତଳ ଟ୍ରେନ୍ ଟ୍ରାଜେଡି । ଆହତଙ୍କୁ ଭେଟିଲେ ରାଜ୍ୟପାଳ ଗଣେଶୀ ଲାଲ୍ । ସମସ୍ତ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି
ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ରାଜ୍ୟପାଳ । ଏହାସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ଏସସିବିର ସ୍ୱାସ୍ଥ୍ୟ ସେବାର ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି ଏଠାରେ ଡାକ୍ତର ଓ ନର୍ସ ନିଜ ପରିବାର ପରି ଆହତ ମାନଙ୍କର ସେବା କରୁଛନ୍ତି । ସୂଚନାଥାଉ ଯେ, ଏସସିବିରେ ମୋଟ୍ ୧୪୦ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରେ ପଶ୍ଚମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ଆହତ ମଧ୍ୟ ଅଛନ୍ତି ।
ଯେଉଁମାନଙ୍କ ମଧ୍ୟରେ ୯ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ହେଲେ ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ସୂଚନା ରହିଛି । ଏହା ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏସସିବି ଯାଇ ସମସ୍ତ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।












Click it and Unblock the Notifications