Get Updates
Get notified of breaking news, exclusive insights, and must-see stories!

ରାଜଭବନରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଭବନରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବା ପରେ ଭୁବନେଶ୍ଵର ସ୍ଥିତ ରାଜଭବନରେ ପହଞ୍ଚିଛନ୍ତି ନବନିଯୁକ୍ତ ରାଜ୍ୟପାଳ । ଆସନ୍ତାକାଲି ସେ ଓଡିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ।

ଆଜି ସକାଳ ୧୦ଟା ସମୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ । ଏହାପରେ ପୁରୀ ରାଜଭବନ ଯାଇ ବିଶ୍ରାମ ନେଇଥିଲେ । ରାଜଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ ।

ମହାପ୍ରଭୁଙ୍କୁ ଦର୍ଶନ ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ, ଓଡ଼ିଶାର ଜନତାଙ୍କ ସେବା ସୌଭାଗ୍ୟ ମିଳିଲା । ଚେଷ୍ଟା ରହିବ ଗରିବ, ଶୋଷିତ, ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ । କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଦାୟିତ୍ୱ ନେବି ବୋଲି ସେ କହିଛନ୍ତି ।

ଆସନ୍ତକାଲି ସକାଳ 8.45 ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ 11.45 ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର 80 ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡିଶା ଆସିଛନ୍ତି ।

ସୂଚନା ଯୋଗ୍ୟ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ୧୯୮୦ ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ପୂର୍ବ ଜାମସେଦପୁର ଆସନରୁ ୧୯୯୫ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୫ ଥର ନିର୍ବାଚିତ ହୋଇଛନ୍ତି । ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ୨୦୦୯ ରେ ସେ ଝାଡ଼ଖଣ୍ଡର ଉପମୁଖମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ । ୨୦୧୪ ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୫ ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+