ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ:ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ
Republic Day 2024: ଭୁବନେଶ୍ୱର ଗାନ୍ଧୀମାର୍ଗରେ ପାଳିତ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରଙ୍ଗାରଙ୍ଗ ପରେଡ ଆରମ୍ଭ ହୋଇଯାଇଛି । ପରେଡର ନେତୃତ୍ୱ ଆଇପିଏସ ଅଫିସପ ଏ.ବି ଶିଳ୍ପା ନେଇଛନ୍ତି ।
ପରେଡରେ OISF, ODRAF, ସଶସ୍ତ୍ର ପୋଲିସ୍ ବାହିନୀ, ଟ୍ରାଫଇକ ପୋଲିସର ମହିଳା ପ୍ଲାଟୁନ, ଗୃହରକ୍ଷୀ ପ୍ଲାଟୁନ, ଅଗ୍ନିଶମ ସେବାର ପ୍ଲାଟୁନ, ସିଭିଲ ଡିଫେନ୍ସର ମହିଳା ପ୍ଲାଟୁନ ସାମିଲ ହୋଇଛନ୍ତି । ଏହା ସହ NCC ର ବାଳକ ଓ ବାଳିକା ପ୍ଲାଟନ ଯୁବବର୍ଗଙ୍କୁ ସଶକ୍ତ କରିବା ବାର୍ତ୍ତା ନେଇ ପରେଡରେ ସାମିଲ ହୋଇଛନ୍ତି । ସେହିପରି ରାଜଧାନୀର ଅନେକ ସ୍କୁଲର କୁନି କୁନି ପିଲାଙ୍କ ପ୍ଲାଟୁନ ପରେଡରେ ସାମିଲ ହୋଇ ରାଜ୍ୟପାଳଙ୍କୁ ଅଭିବାଦନ ଜଣାଉଛନ୍ତି ।

ବ୍ୟାଣ୍ଡର ତାଳେ ତାଳେ ପାଦ ମିଶାଇ ପରେଡରେ ସାମିଲ ହୋଇ ମହାମହିମ ରାଜ୍ୟପାଳଙ୍କୁ ଅଭିବାଦନ ଜଣାଉଛନ୍ତି ବିଭିନ୍ନ ସ୍କୁଲର ପ୍ଲାଟୁନ୍ । ମହର୍ଷି ଡେୟାର ଡେଭିଲ୍ସ ବାଇକ୍ ସୋ ମାଧ୍ୟରେ ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଛନ୍ତି । ଓ଼ଡ଼ିଶା ସ୍କେଟିଂ ଆସୋସିଏସନର ପରେଡ ସହ କୁନି କୁନି ପିଲା ମାନେ ସ୍କେଟିଂ ମାଧ୍ୟମରେ ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଛନ୍ତି ।
ସୂଚନାଥାଉ ଯେ ଏଥର ପରେଡରେ ୬୪ କଣ୍ଟିଜେଣ୍ଟ ଭାଗନେଇଛନ୍ତି । ଆଇଟିବିପି , ସିଆରପିଏଫ୍, ବିଏସଏଫ୍ , ଫାୟାର୍ , ଓଡ୍ରାଫ୍ , ଓଡିଶା ହୋମଗାର୍ଡ , ସୈନିକ ସ୍କୁଲ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଭାଗନେଇଛନ୍ତି । ପଡୋଶୀ ରାଜ୍ୟ ସହ ଉତ୍ତମ ସମନ୍ବୟ ଏବଂ ଯୋଗସୂତ୍ର ରକ୍ଷା ପାଇଁ ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ଯୋଗଦେଇଛି । ଏଥିପାଇଁ ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ।












Click it and Unblock the Notifications