Get Updates
Get notified of breaking news, exclusive insights, and must-see stories!

ଆସିବ ନୂଆ ପଲିସି, ଏଣିକି ସୌରଶକ୍ତିରେ ପରିଚାଳିତ ହେବ ସରକାରୀ କାର୍ଯ୍ୟାଳୟ

: ଅକ୍ଷୟ ଶକ୍ତି ଲାଗି ନିଆଯାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି । ଏହାକୁ ଉପଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜଭବନରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ମହାମହିମ ରାଜ୍ୟପାଳ ସୂଚନା ଦେଇଛନ୍ତି । ରାଜ୍ୟପାଳଙ୍କ କାରକେଡ଼ରେ ଇ-କାରର ବ୍ୟବହାର ।

ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୁବ୍‌ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ୍ ପ୍ଲାଣ୍ଟ ସ୍ଥାପିତ ହେବାକୁ ଯାଉଛି । ଏହା ରାଜ୍ୟପାଳଙ୍କ ବାସଭବନକୁ ଏକ ନେଟ୍ - ଜିରୋ ଶକ୍ତି କ୍ୟାମ୍ପସ୍ କରିବ । ରାଜଭବନରେ ଇ-ବାଇକର ବ୍ୟବହାର କରାଯାଇଛି । ୫୦ ହଜାର ୟୁନିଟ ସଂରକ୍ଷଣ ହେଉଛି ଏବଂ ୧୬ ହଜାର ୟୁନିଟ ଅକ୍ଷୟ ଶକ୍ତି ଦ୍ୱାରା ଆସିପାରୁଛି । ରାଜ୍ୟପାଳ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ପ୍ରଚଳିତ ଅନେକ ପ୍ରମୁଖ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।

ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପଲିସି ପ୍ରଣୟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଧିକ ପରିମାଣରେ ଇଲେକ୍ଟ୍ରିକ ଯାନ ବ୍ୟବହାର ପାଇଁ ନୂତନ ଇଭି ପଲିସି ଆସିବ।

Governor

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ସରକାରୀସ୍ତରରେ ଏହି ବ୍ୟବସ୍ଥାକୁ ଆଗୁଆ କାର୍ଯ୍ୟକାରୀ କରାଯିବ। ଏଥି ପାଇଁ ସରକାରୀ ବାସଭବନରେ ସୌର ପ୍ୟାନେଲ ବାଧ୍ୟତାମୂଳକ କରାଯିବ। ସରକାରୀ କର୍ମଚାରୀମାନେ ଇଭି ଗାଡ଼ି ବ୍ୟବହାର କରିବା ଉଚିତ୍‌। ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ। ବର୍ତ୍ତମାନ ଟ୍ୱିନ୍‌ ସିଟିର ବିଭିନ୍ନ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସରକାରୀ ଅଫିସକୁ ସୌରଶକ୍ତିରେ ପରିଚାଳନା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+