ଅଧିବେଶନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି: ରାଜ୍ୟରେ ଚାଲିବ ୪୦୦ ଇ-ବସ୍
Odisha News: ଓଡ଼ିଶା ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ବଜେଟ୍ ପୂର୍ବରୁ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଯେଉଁଥିରେ ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରାଯାଇଛି । ସହରାଞ୍ଚଳରେ ସୁଦୃଢ ଗମନାଗମନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯେଉଁଥି ପାଇଁ ରାଜ୍ୟ ସରକାର ଆର୍ବାନ ମୋବିଲିଟି ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି ।

ଏହି ଯୋଜନାରେ ଭୁବନେଶ୍ୱର ପାଇଁ ୧୫୦ଟି ଇ-ବସ୍ କ୍ରୟ ଏବଂ ୮ଟି ଅତିରିକ୍ତ ସହରକୁ ମୋ ବସ୍ ସେବା ମିଳିବ । ସେହିପରି ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧିନରେ ରାଜ୍ୟର ବିଭିନ୍ନ ସହରରେ ୪୦୦ଟି ଇ-ବସ୍ ନିୟୋଜିତ କରାଯିବ । ସେହିପରି 'ମହିଳା ସ୍ୱତନ୍ତ୍ର ବସ୍'ସେବା ଆରମ୍ଭ ହେବ ଯାହାକୁ ସମ୍ପୁର୍ଣ୍ଣ ମହିଳା ପରିଚାଳିତ କରାଯିବ । ମିହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ପ୍ରାଥମିକତା ଦିଆଯିବ ।












Click it and Unblock the Notifications