୩୦ ଟଙ୍କାରେ ଆଳୁ ଦେବେ ରାଜ୍ୟ ସରକାର
Odisha News: ରାଜ୍ୟରେ ଆଳୁ ଚିନ୍ତା ବଢାଉଛି । ଏହାରି ମଧ୍ୟରେ ରାଜ୍ୟ ସରକାଙ୍କ ବଡ଼ ନିଷ୍ପତ୍ତି । ଏଣିକି ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଅଣାଯିବ । ଉଚ୍ଚ ଦରରେ କିଣିବା ସତ୍ୱେ ଖାଉଟିଙ୍କୁ କିଲୋ ପିଠା ୩୦ ଟଙ୍କାରେ ଆଳୁ ବିକ୍ରି କରାଯିବା ନେଇ ଘୋଷଣା କରାଯାଇଛି ।

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ କିଣିବେ ଏବଂ ଖାଉଟିଙ୍କୁ କିଲୋ ପିଛା ୩୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ । ଏପରି କରିବା ଦ୍ୱାରା ଓଡ଼ିଶାରୁ ଆଳୁ ସଂଙ୍କରୁ ମୁକ୍ତି ମିଳିବ । ତେବେ ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ୍ ଟନ୍ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର କରାଯାଇଛି ଯାହା ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ।












Click it and Unblock the Notifications