ଦେଶରେ ପ୍ରଥମ: ନବ ଦମ୍ପତିଙ୍କୁ ରାଜ୍ୟ ସରକାର ଦେବେ ଗିଫ୍ଟ, ପ୍ୟାକେଟରେ ରହିବ କଣ୍ଡୋମ, ପ୍ରେଗ୍ନେନ୍ସି ଟେଷ୍ଟିଂ କିଟ୍...
ନବ ଦମ୍ପତିଙ୍କୁ ରାଜ୍ୟ ସରକାର ଦେବେ ଗିଫ୍ଟ । ଏନେଇ ଆଜି ଘୋଷଣା କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନବ ଦମ୍ପତିଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଦିଆଯିବ ସ୍ୱତନ୍ତ୍ର ଉପହାର ।
ଭୁବନେଶ୍ୱର: ନବ ଦମ୍ପତିଙ୍କୁ ରାଜ୍ୟ ସରକାର ଦେବେ ଗିଫ୍ଟ । ଏନେଇ ଆଜି ଘୋଷଣା କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନବ ଦମ୍ପତିଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଦିଆଯିବ ସ୍ୱତନ୍ତ୍ର ଉପହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମିଳିବ 'ନବ ଦମ୍ପତି ଗିଫ୍ଟ' ।

ତେବେ ଗିଫ୍ଟ ପ୍ୟାକେଟରେ ରହିବ ୨ଟି ଟାୱେଲ , ନେଲ କଟର ,ଆଇନା, ପାନିଆ, ଟିକିଲି, ରୁମାଲ, ସହ ପରିବାର ନିୟୋଜନ କିଟ । ଏହି ପରିବାର ନିୟୋଜନ କିଟରେ ରହିବ ଗର୍ଭ ନିରୋଧକ, ଓରାଲ କଣ୍ଟ୍ରା ସେପଟିକ ପିଲ , ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରା ସେପ୍ଟିକ ପିଲସ୍ ଓ ବିବାହ ପଞ୍ଜିକରଣ ଫର୍ମ । ଏଥିସହ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ସେପ୍ଟେମ୍ବର ମାସରୁ ଲାଗୁ କରାଯିବ । ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶା କର୍ମୀ ଦେବେ ଏହି ଉପହାର ।
ତେବେ ପ୍ରଥମ ରାଜ୍ୟ ଭାବେ ଓଡିଶା ଦେବାକୁ ଯାଉଛି ନବଦମ୍ପତିଙ୍କୁ ଏଭଳି ବିବାହ ଗିଫ୍ଟ । ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ "ନବ ଦମ୍ପତି ଗିଫ୍ଟ" । ଏନେଇ ସୂଚନା ଦେଇଛନ୍ତି ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ ।
ସେହିପରି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, "ନବଦମ୍ପତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିବାହ ଉପହାର ଯୋଜନା ଆରମ୍ଭ କରାଯାଉଛି । ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ ୨ ବର୍ଷର ବ୍ୟବଧାନ ରଖନ୍ତୁ । ଏହାକୁ ଦୃଷ୍ଟିରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ ଓ ବିବାହ ପଞ୍ଜିକରଣ ଫର୍ମ ଆଦି ନବଦମ୍ପତିମାନଙ୍କୁ ପ୍ରଦାନ କରାଯିବ ।"












Click it and Unblock the Notifications