ଏବେ ଠୁ କଡାକଡି ହେବ କୋଭିଡ୍ ନିୟମ: 'ଲକଡାଉନ ଓ ନାଇଟ୍ କର୍ଫ୍ୟୁ ନିଷ୍ପତ୍ତି ନେବେ ରାଜ୍ୟ ସରକାର'
ରାଜ୍ୟରେ ଦିନକୁ ଦିନ କୋରନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ସାଜିଛି । କରୋନା ସଂକ୍ରମଣ ପ୍ରସଙ୍ଗରେ DMET ନିର୍ଦ୍ଦେଶକ ଡ. ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ରଖିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ସାଜିଛି । କରୋନା ସଂକ୍ରମଣ ପ୍ରସଙ୍ଗରେ DMET ନିର୍ଦ୍ଦେଶକ ଡ. ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ଆମ ରାଜ୍ୟରେ ପ୍ରସ୍ତୁତି ସବୁ ଦିନ ପାଇଁ ରହିଛି । ଏହାକୁ ଅଧାର କରି ଆଗାମୀ ସମୟରେ ପଦକ୍ଷେପ ନିଆଯିବ । ରାଜ୍ୟର ଅଳ୍ପ କେତୋଟି ସ୍କୁଲ, କଲେଜରେ ସଂକ୍ରମିତ ବାହାରିଛି । ଯଦି ଆବଶ୍ୟକ ହୁଏ ଅନ୍ୟ ରାଜ୍ୟ ଭଳି ଏଠି ବି ଲକ ଡାଉନ କରାଯିବ ।
ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ଆମ ପାଖରେ କରୋନା ଟିକା ପ୍ରଚୁର ପରିମାଣରେ ରହିଛି । ଏବେଠାରୁ ପୁଣି କୋଭିଡ଼ ନିୟମ କଡ଼ାକଡ଼ି କରିବାକୁ ସରକାରୀ ନିର୍ଦ୍ଦେଶ ଆସିଛି। ତେଣୁ ଏହାକୁ ଦେଖି ପଦକ୍ଷପ ନିଆଯିବ ।
ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସାରା ଦେଶ ପରି ଆମ ରାଜ୍ୟରେ ସଂକ୍ରମଣ ବଢିଛି। ଭୁବନେଶ୍ୱର XIMBରେ 21 ପଜିଟିଭ ବାହାରିଛି। ବିଭିନ୍ନ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସଚେତନତା ଚାଲିଛ। ବିଭିନ୍ନ ପର୍ଯ୍ୟାୟରେ ନିୟମ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଉଚ୍ଚସ୍ତରରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। ଲକଡାଉନ କି ନାଇଟ କର୍ଫ୍ୟୁ ହେବ, ସେ ନିଷ୍ପତ୍ତି ନେବେ ରାଜ୍ୟ ସରକାର।












Click it and Unblock the Notifications