କିଏ ହେବେ ନୂଆ ସରକାରରେ ଆଡଭୋକେଟ ଜେନେରାଲ? ଚର୍ଚ୍ଚାରେ ଏହି ସବୁ ନାଁ
ମୋହନ ସରକାରଙ୍କୁ ମାସେ ପୂରିଥିବା ବେଳେ ଆଡଭୋକେଟ ଜେନେରାଲ ପଦବୀ ଏବେ ଯାଏ ଖାଲି ରହିଛି । ଏଥିରେ କେବେ ନିଯୁକ୍ତି ଦିଆଯିବ ସେନେଇ ବିରୋଧୀ ପ୍ରଶ୍ନ ଉଠାଇଛି ।
ଅନ୍ୟପଟେ ସରକାରୀ ସରକାରୀ ସ୍ତରରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡିଛି । ଏହି ପଦ ପାଇଁ ୩ଜଣ ରେସ୍ରେ ଅଛନ୍ତି। ସେମାନେ ହେଲେ ଭାଜପା ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଅନୁପ ବସୁ।

ଏହି ୩ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ତେବେ ମୁଖ୍ୟମନ୍ତ୍ରୀ ଏହାକୁ ଚୂଡାନ୍ତ ନିଷ୍ପତ୍ତି ନେବେ। ତେବେ ଏ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରେ।












Click it and Unblock the Notifications