ମିଶନ ଶକ୍ତିର ମା’ ମାନଙ୍କୁ ମିଳିବ ଇ-ସ୍କୁଟର, ସୁଧ ବହନ କରିବେ ସରକାର
ଇସି ସଦସ୍ୟଙ୍କୁ ମିଳିବ ଇ-ସ୍କୁଟି । ସେଥିପାଇଁ ବଜେଟରେ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ଭୁବନେଶ୍ୱର: ଚଳିତବର୍ଷ ବଜେଟରେ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଛି । ଗତବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ ।
ଚଳିତଥର ବଜେଟରେ ମିଶନ ଶକ୍ତିରେ ଦୁଇଟି ନୂଆ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ଯେହେତୁ ମିଶନ ଶକ୍ତି ସ୍କୁଟି ଯୋଜନା ଆରମ୍ଭ କରାଯାଇଛି । ତେଣୁ ଏହାର ଲାଭ ଯେପରି ଅଧିକରୁ ଅଧିକ ମହିଳାମାନେ ଉଠାଇ ପାରିବେ ସେଥିପାଇଁ ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେବାକୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଇସି ସଦସ୍ୟଙ୍କୁ ମିଳିବ ଇ-ସ୍କୁଟି । ସେଥିପାଇଁ ବଜେଟରେ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଇ-ସ୍କୁଟିରେ ୧ ଲକ୍ଷ ଟଙ୍କାର ରିହାତି ପାଇବେ ମହିଳା ।
ସେହିଭଳି ଚଳିତ ବର୍ଷ ଜଙ୍ଗଲ ଓ ପରିବେଶ , ଗଣ ଶିକ୍ଷା ବିଭାଗ ସହ ସହଭାଗୀତା କରିବ ମିଶନ ଶକ୍ତି । ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏନେଇ ସଚେତନତା ସୃଷ୍ଟି କରିବା , ମିଶନ ଶକ୍ତି ମହିଳା ମାନଙ୍କୁ ନର୍ସରୀ କାମରେ ମଧ୍ୟ ସାମିଲ କରାଯିବ । ସମସ୍ତ ୫-ଟି ସ୍କୁଲ ଓ କସ୍ତୁରବା ଗାନ୍ଧି ସ୍କୁଲ ଗୁଡିକରେ ମେଂଟେନାନ୍ସ କରିବେ ଏସଏଚଜି ମହିଳା । ସେମାନଙ୍କୁ ୫ ବର୍ଷରେ ୧୦ହଜାର କୋଟିର କାମ ଯୋଗାଇ ଦେବେ ରାଜ୍ୟ ସରକାର ।
ଏହାଛଡ଼ା ୫ଶହ ମିଶନ ଶକ୍ତି କାଫେ ଓ ବଜାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ମିଶନଶକ୍ତି ମାଆ ମାନେ ସେମାନଙ୍କ ଉତ୍ପାଦ ସହଜରେ ବିକ୍ରି କରିପାରିବେ। ସାଧାରଣତଃ ପର୍ଯ୍ୟଟନସ୍ଥଳୀ ଓ ବଡ଼ ଜିଲ୍ଲାରେ ବଜାର ପାଇଁ ୩୭୦ କୋଟି ମିଳିଛି ।
ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ ଓ ଆଚାର ଉପରେ ଦିଆଯିବ ଗୁରୁତ୍ୱ । ତା ସହିତ ଫ୍ୟାସନରୁ ନେଇ ବିୟୁଟି , ଷ୍ଟିଚିଂ ଓ ବିଜନେସ ମ୍ୟାନେଜମେଂଟ ଟ୍ରେନିଂ ମଧ୍ୟ ଦିଆଯିବ । ଓୟୁଏଟି ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ବ୍ୟବସ୍ଥା କରାଯାଇଛି ।
ସେହିପରି ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା । ସମସ୍ତ 5T ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ କରିବେ SHG ।












Click it and Unblock the Notifications