ଶାକାର ହେବ କୋରାପୁଟବାସୀଙ୍କ ସ୍ବପ୍ନ: ବୁଡି଼ ଅଞ୍ଚଳ ସିନ୍ଧିପୁଟ ଘାଟରେ ନିର୍ମାଣ ହେବ ସେତୁ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସ୍ଥିତ କୋଲାବ ଜଳ ଭଣ୍ଡାର ଉପର ପାର୍ଶ୍ୱ ସିନ୍ଧିପୁଟ ନଦୀ ଘାଟରେ ନିର୍ମାଣ ହେବ ବ୍ରିଜ୍। କୋରାପୁଟର ବୁଡ଼ି ଅଞ୍ଚଳ ଭାବେ ପରିଚିତ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

ଭୁବନେଶ୍ୱର: ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ସ୍ବପ୍ନ ପୂରା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଗମ ରାସ୍ତ ତଥା ଅକାତ ନଦୀ ପାର୍ ହୋଇଯାଉଥିବା ଆଦିବାସୀ ଲୋକେ ଏବେ କଂକ୍ରିଟ୍ ସେତୁ ପାର ହୋଇଯିବେ ନିଜ ଗନ୍ତବ୍ୟ ସ୍ଥଳକୁ । କାରଣ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସ୍ଥିତ କୋଲାବ ଜଳ ଭଣ୍ଡାର ଉପର ପାର୍ଶ୍ୱ ସିନ୍ଧିପୁଟ ନଦୀ ଘାଟରେ ନିର୍ମାଣ ହେବ ବ୍ରିଜ୍। କୋରାପୁଟର ବୁଡ଼ି ଅଞ୍ଚଳ ଭାବେ ପରିଚିତ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୫ ଦଶନ୍ଧି ପରେ ଏବେ ଲୋକଙ୍କ ସ୍ବପ୍ନ ସାକାର ହେବ । ଏ ବାବଦରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ।

Sindhiput Bridge

ଏହି ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ୪ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବା ସହ ଲମତାପୁଟ ବ୍ଲକ ସହିତ ସିଧାସଳଖ ଯୋଡ଼ି ହେବେ ଏହି ଅଞ୍ଚଳବାସୀ । ଦୀର୍ଘ ବର୍ଷ ହେଲା ଲମତାପୁଟ ବ୍ଲକର ୪ଗୋଟି ଗ୍ରାମ ପଞ୍ଚାୟତବାସୀ ସିନ୍ଧିପୁଟ ନଦୀଘାଟରେ ଡଙ୍ଗା ପାରି ହୋଇ ବ୍ଲକ, ତହସିଲ, ଡାକ୍ତଖାନା, କଲେଜ, ସାପ୍ତାହିକ ହାଟ ଯାଇଥାନ୍ତି । ହେଲେ ଡଙ୍ଗାରେ ଯାତାୟତ ସମୟରେ ନାନା ସମସ୍ୟା ସୃଷ୍ଟି ହେଉଥିବା ନେଇ ବିଛିନାଞ୍ଚଳବାସୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ । ଆଉ ଯାହା ଏବେ ଶାକାର ହେବାକୁ ଯାଉଛି । ଗତକାଲି (ମଙ୍ଗଳବାର) ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଲମତାପୁଟ ଗସ୍ତ କରି ସିନ୍ଧିପୁଟ ଘାଟ ପରିଦର୍ଶନ କରିଛନ୍ତି । ଏହି ହାଇଲେବଲ୍‌ ବ୍ରିଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କ୍ଷେତ୍ର ସ୍ଥଳ ବୁଲି ସମୀକ୍ଷା କରିଛନ୍ତି ମନ୍ତ୍ରୀ । ୬୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ବ୍ରିଜ । ଯାହା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିପାଇଛି ।

୧୯୭୫ରେ କୋଲାଵ ଜଳଭଣ୍ଡାର ନିର୍ମାଣ ପରେ ଜଳବନ୍ଦୀ ଜୀବନ ଅତିବାହିତ କରୁଥିଲେ ସ୍ଥାନୀୟ ବାସିନ୍ଦା । ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ କରି ସରକାର ସେଠାରେ ବିକାଶର ବାଟ ଖୋଲିଥିବା ବେଳେ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ ସରିଲେ କୋରାପୁଟ ଜିଲ୍ଲାର ଏହି ଦୀପାଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ ହେବ ବୋଲି କୁହାଯାଉଛି । କୋଲାବ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ହୋଇ ରହିଥିବା ଉମ୍ବେଲ, ବନମାଳିପୁଟ, ଟିକରପଡ଼ା ଓ କୁମାରଗଞ୍ଜଣା ଆଦି ୪ଟି ପଞ୍ଚାୟତ ବାସିନ୍ଦା ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ବକାଳ ହେଲା ନିର୍ବାସିତ ଜୀବନ ବିତାଉଛନ୍ତି। ଘର ଡିହଠାରୁ ଆରମ୍ଭ କରି ବିଭିନ୍ନ ଭତ୍ତା, ପେନ୍‌ସନ ଆବେଦନ ଓ ଅନ୍ୟାନ୍ୟ ସୁବିଧା ଲାଗି ଏହି ପଞ୍ଚାୟତବାସୀ ଲମତାପୁଟ ବ୍ଲକ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ତେବେ ବ୍ଲକକୁ ଯିବାକୁ ହେଲେ ସେମାନଙ୍କ ପାଇଁ ଦେଶୀ ଡଙ୍ଗା କିମ୍ବା ଛୋଟିଆ ବୋଟ ହିଁ ଯାତାୟାତର ମାଧ୍ୟମ। ଗୋଟିଏ ବୋଲି ବୋଟରେ ଥରକୁ ୨୦ଜଣ ଯାତ୍ରୀ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରିଥାନ୍ତି । ଜଳପଥରେ ବ୍ଲକ ପହଞ୍ଚିବା ପାଇଁ ପ୍ରାୟ ୧୫କିମି ବାଟ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+