ବାଜିଲା ମୋ ସରକାର ଛାଟ: କାର୍ଯ୍ୟରେ ଅବହେଳା କରି ନିଲମ୍ବିତ ହେଲେ ଆଇପିଓ
ବାଜିଲା ମୋ ସରକାର ଚାଟ: ନିଲମ୍ବିତ ହେଲେ ଆଇପିଓState Government Suspends IPO for negligence in duty.
ଭୁବନେଶ୍ବର: ସରକାରୀ ସେବା ପ୍ରଦାନରେ ଲୋକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗରେ ଆଜି ବାଲେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ରରେ କାର୍ଯ୍ୟରତ ଆଇପିଓ ଆଲୋକ ନାୟକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛିା "ମୋ ସରକାର' କାର୍ଯ୍ୟକ୍ରମ ଅନୁଯାୟୀ ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ହିତାଧିକାରୀମାନଙ୍କୁ ପ୍ରତିଦିନ ସରକାରୀ ସୁବିଧା, ସହଯୋଗ, କାର୍ଯ୍ୟର ଅଗ୍ରଗତି ଏବଂ ରହିଥ#ବା ସମସ୍ୟା ଆଦି ସଂପର୍କରେ ଫୋନ ଯୋଗେ ଯୋଗାଯୋଗ କରାଯାଇ ମତାମତ ସଂଗ୍ରହ କରାଯାଉଛି ।

ଏହି କ୍ରମରେ ବାଲେଶ୍ୱର ଜିଲ୍ଲାର ଜୈନେକ ହିତାଧିକାରୀ ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମରୁ ରିହାତି ପାଇବା ନେଇ ବହୁ ହଇରାଣ ହରକତର ସାମ୍ନା କରୁଥିବା ବିଭାଗକୁ ଜଣାଇ ଥ#ଲୋ ଘଟଣାର ସତ୍ୟାସତ୍ୟ ଉପରେ ଯାଞ୍ଚ କରି ସତ୍ୟତା ଥିବା ପ୍ରମାଣ ମିଳିବା ପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଶିଳ୍ପ ନିର୍ଦ୍ଦେଶକଙ୍କୁ ଅଭିଯୁକ୍ତ ଆଇପିଓଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥ#ଲୋ ନିଲମ୍ବିତ ଅଧିକାରୀଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ରହିଥିବା ଜଣାପଡ଼ିଛିା ନିଲମ୍ବନ ପରେ କଟକ ସଦର ଶିଳ୍ପ ନିର୍ଦ୍ଦେଶାଳୟରେ ତାଙ୍କୁ ଅସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇଛିା ଏହି କେସ୍ର ତଦନ୍ତ ପାଇଁ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଦିଆଯାଇଛିା
ଏମ୍ଏସ୍ଏମ୍ଇ ବିଭାଗର ଗୁରୁତ୍ୱ ଯୋଗୁଁ ସଂପ୍ରତି ସରକାର ବଜେଟକୁ ବୃଦ୍ଧି କରିଛନ୍ତି। ବ୍ୟାପକ ଭାବେ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଥିବା ଏହି ବିଭାଗର କାର୍ଯ୍ୟଧାରାକୁ ଅଧିକ ଲୋକାଭିମୁଖୀ କରିବା ସକାଶେ ସରକାର ତତ୍ପରତା ପ୍ରକାଶ କରିଛନ୍ତିା କ୍ଷେତ୍ର ସ୍ତରରେ ଏହାକୁ ତଦାରଖ କରିବା ପାଇଁ ବିଭିନ୍ନ ଅଧ#କାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଏପରିକି ଶାସନ ସଚିବ ଏବଂ ବିଭାଗୀୟ ମନ୍ତ୍ରୀ ମଧ୍ୟ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏମ୍ଏସ୍ଏମ୍ଇ କାର୍ଯ୍ୟ ତଦାରଖ କରୁଛନ୍ତିା ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହିତାଧ#କାରୀମାନେ ଅଧ#କାରୀମାନଙ୍କ ଦ୍ୱାରା ହଇରାଣ ହରକତ ହେଉଥ#ଲେ ତୁରନ୍ତ ସେ ସମ୍ବନ୍ଧରେ ବିଭାଗର ନଜରକୁ ଆଣିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications