ଖରାଦିନିଆ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ଆଗୁଆ ପ୍ରସ୍ତୁତି, ସମସ୍ତ ବିଭାଗକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଖରା ଦିନ ଆସିଲେ ଓଡିଶା ମୁହାଁ ହୁଏ ବାତ୍ୟା । ତେବେ ଚଳିତ ବର୍ଷ ମଧ୍ୟ ବାତ୍ୟା ଆସିବା ନେଇ ଅନୁମାନ କରାଯାଉଛି । ମାତ୍ର ଏନେଇ କୌଣସି ସୂତ୍ରରୁ ମଧ୍ୟ ସୂଚନା ମିଳିନାହିଁ । ହେଲେ ଏହି ଖରାଦିନିଆ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଆଜି ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ବୈଠକ ବସିଥିଲା । ଆସନ୍ତା ମେ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ତେବେ ଏହି ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ । ପ୍ରତିବର୍ଷ ପରି ମେ' ୧୮ ଓ ୧୯ ତାରିଖରେ ଜିଲ୍ଲା ସଦର ମହକୁମା, ବହୁମୁଖୀ ଆଶ୍ରୟସ୍ଥଳୀ, ବ୍ଲକସ୍ତରରେ ଟେବୁଲ ଟପ୍ ଏକ୍ସରସାଇଜ ଓ ମକ୍ ଡ୍ରିଲ୍ କରାଯିବ । ୩୧୭ଟି ଫାୟାର ଷ୍ଟେସନରେ ଆବଶ୍ୟକୀୟ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତାଲିମ ପ୍ରାପ୍ତ ଅଧିକାରୀମାନେ ଅବସ୍ଥାନ କରିଛନ୍ତି । ସେମାନେ ବାତ୍ୟା ପୂର୍ବରୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ ହେବେ । ରାଜ୍ୟରେ ୩୪୨ ଆଞ୍ଚଳିକ ଅଗ୍ନିଶମସେବା ବାହିନୀ ଯେକୌଣସି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଏଥି ସହିତ ଏନଡିଆରଏଫ୍ ତୃତୀୟ ବାଟାଲିୟନରେ ୧୭ଟି ଟିମ୍ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ୧୬ଟି ଟିମ ମୁଣ୍ଡଳୀଠାରେ ଏବଂ ଗୋଟିଏ ଟିମ ବାଲେଶ୍ୱର ଠାରେ ଅବସ୍ଥାପିତ ଅଛନ୍ତି । ଏହି ଏନଡିଆରଏଫ୍ ଟିମ୍ ଓସଡମା ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ୍ ଟିମ୍ ନିୟୋଜିତ ପାଇଁ ସେମାନଙ୍କର ବ୍ୟବହୃତ ଗାଡିକୁ ବିଡିଓ ଓ ତହସିଲଦାରମାନେ ଆବଶ୍ୟକୀୟ ତେଲ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ । ୮୭୯ଟି ବହୁମୁଖୀ ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଅଛି । ଏହି ଆଶ୍ରୟସ୍ଥଳୀ ଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ୍ ଓ ଜେନେରେଟର ଗୁଡିକୁ ଯାଞ୍ଚ କରିବା ପାଇଁ ଓସଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଟାଓ୍ୱାର ଲାଇଟର କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାଓ୍ୱାର ଲାଇଟ୍ ଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ ଓସଡମାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଆଶ୍ରୟସ୍ଥଳୀମାନଙ୍କରେ ଥିବା Pଞ୍ଚwer ଈhଚ୍ଚin ଗଚ୍ଚw (ଶକ୍ତି ଚାଳିତ କରତ) କାର୍ଯ୍ୟକାରିତା ଉପରେ ଯାଞ୍ଚ କରିବା ପାଇଁ ଓସଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ ବିଭାଗ ଠିକ୍ ସମୟରେ ବନ୍ୟାର ପୂର୍ବାନୁମାନ, ବିଭିନ୍ନ ନଦୀ ପ୍ରଣାଳୀର ଜଳସ୍ତର ଏବଂ ଜଳ ପ୍ରବାହ ଏବଂ ଜଳଭଣ୍ଡାରର ସୁପରିଚାଳନାକୁ ନିଶ୍ଚିତ କରିବେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱଚ୍ଛତା ଏବଂ ପରିମଳ ଉ ପରେ ଆବଶ୍ୟକୀୟ ପଦେକ୍ଷପ ନେବା ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, କ୍ଲୋରିନ୍ ଟାବଲେଟ୍, ଚୂନ ପାଉଡର ଇତ୍ୟାଦି ମହଜୁଦ୍ ରଖିବେ ।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଖରେ ୧୦ ଟି Mobile Treatment Plant ମହଜୁଦ୍ ଅଛି । ଏହି ପ୍ଲାଣ୍ଟଗୁଡିକୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଟ୍ୟାଙ୍କର ମାଧ୍ୟମରେ ମଧ୍ୟ ପାନୀୟ ଜଳ ପ୍ରଭାବିତ
ଅଞ୍ଚଳକୁ ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପକୁ ତୁରନ୍ତ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସେମାନଙ୍କର ବି ପର୍ଯ୍ୟୟ ପରିଚାଳନା ଯୋଜନାକୁ ନିଶ୍ଚିତ କରିବେ । ଏହି ବିଭାଗମାନେ ବାତ୍ୟା ପୂର୍ବରୁ ଆବଶ୍ୟକୀୟ ମାନବସମ୍ବଳ, ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରିବେ । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସମୟରେ ଖୁବକମ୍ ସମୟ ମଧ୍ୟରେ ରିଲିଫ୍ ଲାଇନ କ୍ଲିୟରାନ୍ସ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା / କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା କରିବେ ।
ଏତଦ୍ ବ୍ୟତୀତ ଏହି ବିଭାଗମାନେ ଜରୁରୀକାଳୀନ ଯନ୍ତ୍ର ପାତିର ତାଲିକା ଆଗୁଆ ପ୍ରସ୍ତୁତ କରି ଜିଲ୍ଲା ମୁଖ୍ୟାଳୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବନ୍ୟା ସମ୍ବନ୍ଧୀୟ ରୋଗ ପାଇଁ ଆବଶ୍ୟକୀୟ ଔଷଧ, ଜଳ ବିଶୋଧକ
ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସା ପକାମୁଡା ଇଞ୍ଜେକ୍ସନ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସତର୍କ ସୂଚନା ପାଇବା ପରେ ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୃହକୁ ଆଣିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
PHC / CHCs / ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ବିକଳ୍ପ ବିଦ୍ୟୁତ ବ୍ୟାକ୍ ଅପ୍ ରଖିବା ପାଇଁ ପଦକ୍ଷେପ ନେବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ବାତ୍ୟା ସମୟରେ ଗୋଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ । ମୌସୁମୀ ପୂର୍ବରୁ ପ୍ରାଣୀ ଚିକିତ୍ସାଳୟରେ ଆବଶ୍ୟକୀୟ ପଶୁ ଔଷଧ ମହଜୁଦ୍ ରଖିବା ଏବଂ ଗୋରୁ ଗାଈମାନଙ୍କ ଟୀକାକରଣ ଉପରେ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ମତ୍ସ୍ୟଜୀବୀ ମାନଙ୍କୁ ଆଗୁଆ ପ୍ରସାରଣ କରିବା ପାଇଁ ପଦକ୍ଷେପ ନେବେ ।
ଶକ୍ତି ବିଭାଗ ବିଦ୍ୟୁତ ବିତରଣ କମ୍ପାନୀଗୁଡିକୁ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନା ସମୀକ୍ଷା କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବେ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣର ଶୀଘ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ । ବାତ୍ୟା ପୂର୍ବରୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆବଶ୍ୟକୀୟ ମାନବସମ୍ବଳ ଏବଂ ଜରୁରୀକାଳୀନ ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହିଳା ଏବଂ ଶିଶୁ ବିକାଶ ବିଭାଗ ଶିଶୁ ଏବଂ ମହିଳାମାନଙ୍କ ଯନି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆଗୁଆ ଛତୁଆ ଯୋଗାଣ ଉପରେ ଗୁରୁତ୍ୱ ଦେବେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବର୍ଷା ଋତୁ ପୂର୍ବରୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ ଏବଂ ଦ୍ରବ୍ୟ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପେଟ୍ରୋଲ ପମ୍ପ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ / ଡିଜେଲ ମହଜୁଦ୍ ରଖିବା ପାଇଁ ପଦକ୍ଷେପ ନେବେ । ଚୁଡା, ଗୁଡ, ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ, ମହମବତୀ, ଦିଆସିଲି ଇତ୍ୟାଦି କ୍ରୟ ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୋଗାଣକାରୀଙ୍କ ତାଲିକା ଆଗୁଆ ଚୂଡାନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ବାତ୍ୟା / ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ଫସଲ ଉ ପଦେଶ ପ୍ରସାର କରିବା ପାଇଁ ପଦକ୍ଷେପ ନେବେ ।
୨୦୨୩ ବର୍ଷ ପାଇଁ ଏହି ବିଭାଗ ଆପଦକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେବେ । ବିଭିନ୍ନ ବିଭାଗମାନେ ସେମାନଙ୍କର ନୋଡାଲ ଅଫିସରମାନଙ୍କର ମୋବାଇଲ୍ ନମ୍ବର, ହ୍ୱାଟ୍ସଆପ୍ ନମ୍ବର ଓ ଟେଲିଫୋନ୍ ନମ୍ବର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟଳୟକୁ ଏପ୍ରିଲ୍ ମାସ ୩୦ ତାରିଖ ସୁଦ୍ଧା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications