ଆମ୍ବୁଲାନ୍ସ ପାଇଁ ଦର ଧାର୍ଯ୍ୟ କଲେ ସରକାର
ମାରୁତି ଓମନି ଭ୍ୟାନ୍ ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ୭୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ବେଳେ ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଭଡ଼ା ନିର୍ଦ୍ଧାରିତ କରାଯାଇଛି ।
ଭୁବନେଶ୍ୱର: ଏଣିକି ମନ ଇଚ୍ଛା ଭଡ଼ା ନେଇପାରିବେନି ଘରୋଇ ଆମ୍ବୁଲାନ୍ସ ମାଲିକ । ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ ହେଲା ଦର ।ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଦର ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ପରିବହନ ବିଭାଗ। ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି। ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ।

ମାରୁତି ଓମନି ଭ୍ୟାନ୍ ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ୭୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ବେଳେ ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଭଡ଼ା ନିର୍ଦ୍ଧାରିତ କରାଯାଇଛି । ସେହିଭଳି ପ୍ରଥମ ୧୦ କିମି ପରେ ସାଧାରଣ ଆମ୍ବୁଲାନ୍ସ କିମି ପିଛା ଅତିରିକ୍ତ ୩୦ ଟଙ୍କା ଲେଖାଏ ଦେବାକୁ ହେବ ।
ଏହି ବିଜ୍ଞପ୍ତି ଅନୁଯାୟୀ, ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦ ଟଙ୍କା ନେବେ। ସେଥିରେ ଲାଇଫ ସପୋର୍ଟ ଥିଲେ ୨୦୦୦ ଟଙ୍କା ନେବେ। ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ।












Click it and Unblock the Notifications