ନୂଆ ବର୍ଷରେ ଆଇଏଏସ ସ୍ଥରରେ ଅଦଳ ବଦଳ

ବଦଳିଲେ 3 ଜିଲ୍ଲାର ଜିଲ୍ଲାପାଳ । ପୁରୀ, ରାୟଗଡ଼ା ଓ କେନ୍ଦ୍ରାପଡ଼ା ପାଇଁ ନୂଆ ଜିଲ୍ଲାପାଳଙ୍କ ନାଁ ଘୋଷଣା କରଯାଇଛି ।

ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ଆଇଏଏସ୍ ସ୍ତରରେ ଅଦଳବଦଳ । ବଦଳିଲେ 3 ଜିଲ୍ଲାର ଜିଲ୍ଲାପାଳ । ପୁରୀ, ରାୟଗଡ଼ା ଓ କେନ୍ଦ୍ରାପଡ଼ା ପାଇଁ ନୂଆ ଜିଲ୍ଲାପାଳଙ୍କ ନାଁ ଘୋଷଣା କରଯାଇଛି । ଏଥି ସହ ଓଏମ୍‌ସି ଏମ୍‌ଡି ଥିବା ଆର୍‌.ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ସେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ବି ରହିବେ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ ବଦଳି କରାଯାଇ ଓଏମ୍‌ସିର ଏମ୍‌ଡି ଭାବେ ଅବସ୍ଥାପିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ରାୟଗଡ଼ା ପିଡି ଡିଆରଡିଏ ଥିବା ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।

 Odisha government

ତେବେ ଜଗତସିଂହପୁରରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଯଦିଓ ଜଗତସିଂହପୁର ଜିଲ୍ଲାପାଳ ପଦବୀ ବାବଦରେ କୌଣସି ସୂଚନା ଦିଆ ଯାଇନାହିଁ ।

୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ମହମ୍ମଦ ସାଦିକ ଆଲାମଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଭୁବନେଶ୍ୱରର ସ୍ପେଶାଲ୍‌ ଏଡିଏମ୍‌ ତଥା ବିଏମ୍‌ସିର ଅତିରିକ୍ତ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ କରାଯାଇଛି। ଖୋର୍ଦ୍ଧାର ସ୍ପେଶାଲ ଏ଼ଡିଏମ୍ ଥିବା ବିଶାଳ ସିଂହଙ୍କୁ ଯାଜପୁରର ପିଡି ଡିଆରଡିଏ ଭାବେ ନିଯୁକ୍ତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+