ପ୍ରଧାନମନ୍ତ୍ରୀ ଅଭିମ ଯୋଜନାରେ ସାମିଲ ହେବ ଓଡ଼ିଶା

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ହେଲ୍ଥ ଇନଫ୍ରାଷ୍ଟ୍ରକଚର ମିଶନ୍ (PM-ABHIM) କାର୍ଯ୍ୟକାରୀ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନଥିଲା ।

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ହେଲ୍ଥ ଇନଫ୍ରାଷ୍ଟ୍ରକଚର ମିଶନ୍ (PM-ABHIM) କାର୍ଯ୍ୟକାରୀ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନଥିଲା । ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ PM-ABHIM ହେଉଛି ଏକ ପାନ-ଇଣ୍ଡିଆ ସ୍ୱାସ୍ଥ୍ୟ ଯୋଜନା । ଅକ୍ଟୋବର 2021 ରେ 64,180 କୋଟି ଟଙ୍କା ବ୍ୟୟବରାଦ ସହିତ ଏହାର ଶୁଭାରମ୍ଭ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସମଗ୍ର ଦେଶରେ ବ୍ୟାପକ ସ୍ୱାସ୍ଥ୍ୟସେବାର ଦୃଷ୍ଟିକୋଣ ପୂରଣ କରିବାକୁ ଲକ୍ଷ୍ୟ ରଖିଛି।

PM-ABHIM

ତେଣୁ ଓଡିଶା ଏଥିରେ ସାମିଲ ହେବ । ହେଲେ ଆୟୁଷମାନ ଭାରତ ବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡିଶା ସାମିଲ ହେବାର ନାହିଁ । ତେବେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୋସାଇଟିକୁ ନୋଡାଲ ଏଜେନ୍ସି ଭାବେ ନିଯୁକ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ଓଡିଶା ସମେତ ୭ ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳରେ ଥିବା ମୋଟ୍ ୧୭ ହଜାର ୭୮୮ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷମାନ ହେଲଥ ଆଣ୍ଡ ୱେଲନେସ ସେଂଟର ସ୍ଥାପନ କରାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟର ଦାବି ପୂରଣ କରୁ ନଥିବା କାରଣ ଦର୍ଶାଇ ଆୟୁଷମାନ ଭାରତ ଯୋଜନା ସହିତ ଜଡିତ ନ ହେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି ଯୋଜନାରେ 70 ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବା ଏବଂ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନକରିବାକୁ ରାଜ୍ୟ ଦାବି କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+