ଫସଲହାନୀ ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ:ସମବାୟ ମନ୍ତ୍ରୀ

ଭୁବନେଶ୍ବର: ଫସଲ ଉଜାଡିଦେଲା ଅଦିନିଆ ବର୍ଷା । ଲଘୁଚାପ ବର୍ଷା ଚାଷୀମାନଙ୍କର ଅଣ୍ଟା ଭାଙ୍ଗିଦେଇଛି । ଚାଷୀଙ୍କୁ ଧାନ ପାଇଁ ଟୋକେନ ମିଳିଥିବା ହେଁ ବର୍ତ୍ତମାନ ସୁଦ୍ଧା ଧାନ ଅମଳ ହୋଇପାରି ନାହିଁ । ଚାଷୀମାନଙ୍କର ଧାନ ଏବେ ଖେତରେ ଥିବା ବେଳେ ଏଥିରେ ଗଜା ହେବାର ଆଶଙ୍କା ଉପୁଜିଛି ।

ଏହାରି ଭିତରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । କମିଟି ଯାଇ ତଦନ୍ତ କରିବ, ଫସଲହାନୀ ହୋଇଥିଲେ କ୍ଷତିପୂରଣ ଦିଆଯିବ । ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି । ବୀମା କମ୍ପାନୀମାନଙ୍କ ଉପରେ ନଜର ରଖାଯାଇଛି ତେଣୁ କେହି ଠକି ପାରିବେନି ବୋଲି ମନ୍ତ୍ରୀ କହିଛନ୍ତି ।

dhana nasta

ରାଜ୍ୟରେ ବିଗତ କିଛି ଦିନ ହେଲା ଲାଗି ରହିଥିବା ବର୍ଷା ଯୋଗୁଁ ଚାଷୀମାନଙ୍କର କ୍ଷତି ହେଉଛି। ଏବେ ମଣ୍ଡିରେ ଧାନ ପଡ଼ିଥିବା ବେଳେ କ୍ଷେତରେ ମଧ୍ୟ ଫସଲ କଟାଯାଇଛି। ଚାଷୀମାନେ ପାଣିଭିତରୁ ଧାନ ଛାଣୁଛନ୍ତି। ଋଣକରି ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଶ୍ରୀ ବଳସାମନ୍ତ କହିଛନ୍ତି ଯେ, ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ। ଫସଲହାନୀର ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍ପଟ୍କୁ ଯାଇ ତଦନ୍ତ କରିବ। ଫସଲହାନୀ ହୋଇଥିଲେ କ୍ଷତିପୂରଣ ମିଳିବ। ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି। ବୀମା କଂପାନିଙ୍କ ଉପରେ ନଜର ରଖାଯାଇଛି। କୌଣସି କଂପାନି ଠକି ପାରିବେ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+