Get Updates
Get notified of breaking news, exclusive insights, and must-see stories!

ସଚିବାଳୟ ନୁହେଁ, ଏଣିକି ଗାଁକୁ ଯିବେ ସରକାରୀ ବାବୁ

ଭୁବନେଶ୍ୱର: ପ୍ରତି ମାସରେ ଗାଁକୁ ଯିବେ ସରକାରୀ ବାବୁ । ଏଣିକି ପ୍ରତିମାସ ତୃତୀୟ ସପ୍ତାହରେ ଗାଁକୁ ଯିବେ ସଚିବ । ଲୋକେ ସରକାରୀ ଯୋଜନାର ଲାଭ ପାଉଛନ୍ତି କି ନାହିଁ, ଗ୍ରାଉଣ୍ଡ ଜିରୋକୁ ଯାଇ ଦତାରଖ କରିବେ ସଚିବ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସଚିବଙ୍କୁ ଏପରି ନିର୍ଦ୍ଦେଶ ମିଳିଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରତିମାସ ତୃତୀୟ ସପ୍ତାହରେ ଆଉ ବିଭାଗୀୟ ସଚିବମାନେ ଲୋକସେବା ଭବନରେ ବୈଠକ କରିବେନି। କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଥିଲେ, ସଂପୃକ୍ତ ସଚିବ ମୁଖ୍ୟାଳୟରେ ଉପସ୍ଥିତ ରହିପାରିବେ। ତୃତୀୟ ସପ୍ତାହରେ କୌଣସି ବିଭାଗର କାର୍ଯ୍ୟସୂଚୀରେ ବୈଠକ ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ ।

Government Officer

ବିଭାଗୀୟ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି, ସେମାନେ ସଂପୃକ୍ତ ଜିଲା ଗସ୍ତ କରିବେ । ଏମିତିକି ଦୁର୍ଗମ ଅଞ୍ଚଳରେ ଲୋକେ କିଭଳି ଜୀବନ ଯାପନ କରୁଛନ୍ତି ଓ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ, ସେନେଇ ତଦାରଖ କରିବେ । ଆବଶ୍ୟକସ୍ଥଳେ ରାତିରେ ଦୁର୍ଗମ ଅଞ୍ଚଳରେ ରହଣୀ କରିବେ । ଏନେଇ ପ୍ରତିମାସ ତୃତୀୟ ସପ୍ତାହରେ ବିଭାଗୀୟ କାର୍ଯ୍ୟସୂଚୀରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏନେଇ ଉନ୍ନୟନ କମିଶନର ଅନୁ ଗର୍ଗ ଏପ୍ରିଲ ୩ ତାରିଖ ଏକ ଚିଠି ସଚିବମାନଙ୍କ ପାଖକୁ ପଠାଇଛନ୍ତି । ଏହି ଚିଠିରେ ପ୍ରତ୍ୟେକ ଅଫସରଙ୍କୁ ପ୍ରତି ମାସର ତୃତୀୟ ସପ୍ତାହରେ ଗାଁକୁ ଯିବା ପାଇଁ କୁହାଯାଇଛି । ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଚିଠିରେ ସ୍ପଷ୍ଟ କରାଯାଇଛି, ଅଫିସରମାନଙ୍କୁ ମାସର ତୃତୀୟ ସପ୍ତାହରେ ଲୋକସେବା ଭବନରେ ରହିବାକୁ ଅନୁମତି ମିଳିବ ନାହିଁ । ସେମାନଙ୍କୁ ଗ୍ରାଉଣ୍ଡ ଜିରୋକୁ ଯିବାକୁ ପଡିବ ।

ଖାଲି ବିଡିଓ ବା ଅଫିସରଙ୍କଠାରୁ ତଥ୍ୟ ଆଣିବେନ, ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ସରକାରୀ ଯୋଜନା ସେମାନଙ୍କ ପାଖରେ କେତେ ପହଞ୍ଚୁଛି ସେ ତଥ୍ୟ ଆଣିବେ । ଦରକାର ପଡିଲେ ଦୁର୍ଗମ ଇଲାକାରେ ରାତି ରହଣି ବି କରିବେ । ଲୋକଙ୍କଠାରୁ ମତାମତ ପାଇବା ପରେ ଯୋଜନାରେ କେଉଁଠି କ'ଣ ତ୍ରୁଟି ରହିଛି ତାହାକ ସୁଧାରିବାକୁ ଚେଷ୍ଟା କରାଯିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷି, ଦକ୍ଷତା ବିକାଶ, ପୁଞ୍ଜିନିବେଶ ଭଳି ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନିଆଯାଉଛି । ଏହାଦ୍ବାରା ସାମଗ୍ରିକ ବିକାଶ ତ୍ବରାନ୍ବିତ ହେବ । ଦୁର୍ଗମ ଅଞ୍ଚଳବାସୀଙ୍କୁ ସାମାଜିକ ସୁରକ୍ଷା ମିଳିବା ସହ ମହିଳା ସଶକ୍ତୀକରଣ, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ବିକାଶ ହୋଇ ପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+