Get Updates
Get notified of breaking news, exclusive insights, and must-see stories!

ହକି ପାଇଁ ବଡ଼ ଘୋଷଣା କଲେ ନୂଆ ସରକାର; ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ସ୍ପନ୍‌ସର୍‌ ରହିବ ଓଡ଼ିଶା

ହକି ପାଇଁ ବଡ଼ ଘୋଷଣା କଲେ ନୂଆ ସରକାର । ଆଉ ୩ ବର୍ଷ ବଢ଼ିଲା ହକି ଇଣ୍ଡିଆ ସ୍ପନସର୍‌ସିପ୍‌ । ଅର୍ଥାତ ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ସ୍ପନ୍‌ସର୍‌ ରହିବ ଓଡ଼ିଶା । ପୂର୍ବରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ରହିବା ନେଇ ଚୁକ୍ତି କରିଥିଲେ ନବୀନ ସରକାର ।

ଓଡ଼ିଶାକୁ ୧୦୦ ବର୍ଷ ପୂରୁଥିବାରୁ ଏହି ଚୁକ୍ତିକୁ ଆଉ ୩ ବର୍ଷ ବୃଦ୍ଧି କଲେ ମୋହନ ସରକାର । ଉଭୟ ପୁରୁଷ ଓ ମହିଳା ହକିର ସ୍ପନସର ୨୦୩୩ ପରିବର୍ତ୍ତେ ୨୦୩୬ ପର୍ଯ୍ୟନ୍ତ ରହିବ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ହକି ଇଣ୍ଡିଆ ମହାସଚିବ ସୂଚନା ଦେଇଛନ୍ତି ।

Hockey India

ଭାରତୀୟ ହକି ଦଳର ୨୦୩୬ ଯାଏଁ ଓଡିଶା ପ୍ରାୟୋଜକ ରହିବ । ୨୦୩୬ ଯାଏଁ ପ୍ରାୟୋଜକ ହେବାକୁ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ହେବାର ଥିଲା । ଆଉ ୩ ବର୍ଷ ପ୍ରାୟୋଜକ ହେବା ନେଇ ସରକାର ଘୋଷଣା କରିଛନ୍ତି । ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା ।

ହକି ଇଣ୍ଡିଆକୁ ଆଉ ଏକ ବୁଷ୍ଟର ଡୋଜ ଦେଇଛନ୍ତି ଓଡ଼ିଶା ସରକାର । ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆର ମହାସଚିବ ଭୋଳା ନାଥ ସିଂହ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପରେ ଏହି ସୂଚନା ଦେଇଛନ୍ତି ହକି ଇଣ୍ଡିଆର ମହାସଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+