ମୋ ଘର ଯୋଜନା: ଘର ତିଆରି ପାଇଁ ସହାୟତା ଦେବେ ରାଜ୍ୟ ସରକାର
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏଥିରେ 'ମୋ ଘର' ନାମକ ଏକ ନୂଆ ଜନକଲ୍ୟାଣକାରୀ ଯୋଜନା ଉପରେ ମୋହର ବାଜିଛି ।
ଏହି ନୂଆ 'ମୋ ଘର' ଯୋଜନା ଅଧିନରେ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘର ତିଆରି ପାଇଁ ସହାୟତା ପ୍ରଦାନ କରିବେ । ସେହିଭଳି ୨ଟି ଫିଲ୍ମକୁ କରମୁକ୍ତ ହୋଇଛି । ଡେଲିଭରୀ ବୟ ଓ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି ।

'ମୋ ଘର' ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।
ଆଜି ନବୀନଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଛି । ଆଉ ଏହି କ୍ରମରେ କ୍ୟାବିନେଟରେ ମୋ ଘର ଯୋଜନାକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ୨୦୧୯ ନିର୍ବାଚନ ପରେ ରାଜ୍ୟର ସବୁ ଲୋକଙ୍କ ମୁଣ୍ଡ ଉପରେ ପକ୍କର ଛାତ ନେଇ ଘୋଷଣା କରିଥିଲେ। ଯାହା ବର୍ତ୍ତମାନ କିଛି ମାତ୍ରାରେ ପୂରଣ ହୋଇଥିବା ବେଳେ ଏହି ନୂଆ ଯୋଜନା 'ମୋ ଘର' ମାଧ୍ୟମରେ ବାକି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।












Click it and Unblock the Notifications